ଜିଆ ଖତ ପ୍ରସ୍ତୁତ ଦେଇଛି ଯୁବକଙ୍କୁ ରୋଜଗାର

ଅର୍ଗସ ବ୍ୟୁରୋ: ଅଳିଆ ଆବର୍ଜନା ଯୋଗାଉଛି ନିଯୁକ୍ତି । ଜିଆ ଖତ ପ୍ରସ୍ତୁତ ଦେଇଛି ଯୁବକଙ୍କୁ ରୋଜଗାର । ଗାଁ ରେ ନିଜ ବାଡ଼ିରେ ଆବର୍ଜନା ଓ ଗୋରୁ ଗାଈଙ୍କ ଗୋବରରୁ ଜିଆ ଖତ ପ୍ରସ୍ତୁତ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି ଜିତେନ୍ଦ୍ର । ଭଞ୍ଜନଗର ଡାଙ୍ଗୁଆପଲ୍ଲୀ ର ଜିତେନ୍ଦ୍ର ରାଉତ । ଉଚ୍ଚ ଶିକ୍ଷିତ ଏହି ଯୁବକ ଜଣକ ଏକ ପ୍ରାଇଭେଟ କମ୍ପାନୀରେ ଚାକିରୀ କରିଥିଲେ । ମାତ୍ର ସେ ଚାକିରୀ ତାଙ୍କୁ ବାନ୍ଧି ପାରି ନଥିଲା। ଗାଁ କୁ ଫେରି ଆସି ବାପାଙ୍କ ସହିତ ନିଜ ଜମିରେ ଚାଷ କରିବାକୁ ମନସ୍ଥ କରି କିଛି ନୁଆଁ କରିବାର ଇଛା କରିଥିଲେ । ବନସୁରକ୍ଷା ସମିତି ପକ୍ଷରୁ ଏକ ତାଲିମ ପାଇ ଜିଆ ଚାଷ ଆରମ୍ଭ କରିଥିଲେ । ଏବେ ଏହି ଚାଷ ତାଙ୍କୁ ଦେଇଛି ପରିଚୟ।
ଜିତେନ୍ଦ୍ରଙ୍କ ବାପା ଅଶୋକ ଜଣେ ସଫଳ ଧାନ ଚାଷୀ । ଏହା ସହ ସେ ଗୋ ପାଳନ ମଧ୍ୟ କରିଛନ୍ତି । ଗୋରୁ ଗାଈଙ୍କ ଗୋବର ରେ ଜିଆ ଖତ ପ୍ରସ୍ତୁତ ହୋଇଯାଉଛି । ଖତକୁ ନିଜ କ୍ଷେତ ରେ ମଧ୍ୟ ବ୍ୟବହାର କରୁଛନ୍ତି । ଧାନ ଗଛର ପାଳ କୁ ଗୋଖାଦ୍ୟ ଭାବେ ବ୍ୟବହାର କରନ୍ତି । ନଡ଼ା କୁ ନେଇ ଛତୁ ଚାଷ କରୁଛନ୍ତି । କିଛି କାଠ ବାକ୍ସ ବସାଇ ମହୁଚାଷ ମଧ୍ୟ କରିଛନ୍ତି । ପାଖରେ କିଛି ବତକ ଓ ଦେଶୀ କୁକୁଡ଼ା ମଧ୍ୟ ରହିଛନ୍ତି । ଘର ଠାରୁ କିଛି ଦୂରରେ ପରିବା ଚାଷ ସହିତ ସୁର୍ଯ୍ୟମୁଖୀ ଓ ରାଶି ଭଳି ବିଭିନ୍ନ ସମୟରେ ବିଭିନ୍ନ ଫସଲ କରୁଛନ୍ତି । ସବୁଥିରେ ଏହି ଜିଆ ଖତ କୁ ହିଁ ବ୍ୟବହାର କରିଭଲ ରେଜଲ୍ଟ ମିଳୁଥିବା କହନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: