Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୦୦ ମହିଳାଙ୍କୁ ରୋଜଗାର ଯୋଗାଉଛି ଅଳିଆ ଆବର୍ଜନା 

Manini Pattanayak
Browse all articles by Manini Pattanayak
·1 year ago·1 min read
୧୦୦ ମହିଳାଙ୍କୁ ରୋଜଗାର ଯୋଗାଉଛି ଅଳିଆ ଆବର୍ଜନା 

କୋରାପୁଟ:  ଅଳିଆ ଆବର୍ଜନା ଯୋଗାଇଛି ରୋଜଗାର । ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି ଜୟପୁରର ୧୦୦ ମହିଳାଙ୍କୁ ଯୋଗାଉଛି ରୋଜଗାର। ଅଳିଆର ରିସାଇକ୍ଲିଂ କରି ଏହି ମହିଳା ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଛନ୍ତି। ଆବର୍ଜନା ରୁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ଯୈବିକ ସାର । ପ୍ରତ୍ୟକ ଦିନ ଅଳିଆ ଆବର୍ଜନାକୁ ଗୋଟିଏ ୱେଷ୍ଟ ସେଣ୍ଟରରେ ଏକତ୍ରିତ କରାଯାଇ ତାକୁ ପ୍ରଥମେ ବିଭାଜିକରଣ କରାଯାଉଛି। ପରେ ସେଥିରୁ ପଲିଥିନ, ବୋତଲ, କାଗଜ ଓ ପରିବାକୁ ବଛା ଯାଉଛି। ପରେ ଏ ସବୁକୁ ପୌର ପାଳିକା ତରଫରୁ କରାଯାଇଥିବା ୱେଷ୍ଟ ସେଣ୍ଟର ଭିତରେ ଥିବା ବିଭିନ୍ନ କୁଣ୍ଡରେ ପକାଯାଉଛି।  ପର୍ଯ୍ୟାୟ କ୍ରମେ ପ୍ରୋସେସିଂକରି ଖତ ପ୍ରସ୍ତୁତ କରାଯାଇ ବଜାର ରେ ବିକ୍ରି କରା ଯାଉଛି। ଏଭଳି କରି ଲାଭବାନ ହେଉଛନ୍ତି ଜୟପୁର ସହରର ଅନେକ ଏସଏସଜି ମହିଳା ।

ଜୟପୁରରେ 4ଟି  ଖତ ଉପ୍ତାଦନ କେନ୍ଦ୍ର ରହିଛି ଓ ଏହି ଚାରୋଟି ସ୍ଥାନରେ ପାଖାପାଖି 41 ଟି ମହିଳା କାର୍ଯ୍ୟରତ ଅଛନ୍ତି । ବର୍ତମାନ 2014 ରେ ପ୍ରାଧାନ ମନ୍ତ୍ରୀ ଙ୍କ ଅବଦାନ ରେ ସ୍ଵଛ ଭାରତ ମିସନ ଜରିଆରେ ସମସ୍ତ ପୌରା ଅଞ୍ଚଳରେ ସ୍ଥାନୀୟ ଜନତା ଙ୍କୁ ସଚେତନ କରିବା ପାଇଁ ସ୍ଵତନ୍ତ୍ର ଭାବେ ସ୍ଵଛ ସାଥି ମାନେ ଭି ରହିଛନ୍ତି। ଶୁଖିଲା ଓ ଓଦା ଆବର୍ଜନା କୁ କେମିତି ଅଲଗା ରଖିବେ ସେ ସବୁ ଉପରେ ଲୋକଙ୍କୁ ସଚେତନ କରିବେ ତା ସହିତ ସହର ର ଯୋଉ ସବୁ ଅଳିଆ ସଂଗ୍ରହ ବାହାନ ରହିଛି ଶେଠୀ ଭି ମହିଳା ମନ ଙ୍କୁ ସ୍ଥାନ ଦିଆଯାଇଛି । ମୋଟାମୋଟି ଦେଖିବାକୁ ଗଲେ ଏହି ସଂପୂର୍ଣ୍ଣ ଚେନ ରେ 100 ରୁ ଅଧିକା ମହିଳା ନିୟୋଜିତ ଅଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Garbage is providing employment to 100 women | Argus News