ଅଳିଆ ଆବର୍ଜନା ସଫେଇ ଗାଡ଼ିରେ ଚାଲିଛି ପରିକ୍ରମା ରଥର ପ୍ରଚାର
·2 years ago

ଅର୍ଗସ ବ୍ୟୁରୋ: ଅଳିଆ ଫିଙ୍ଗା ଗାଡ଼ିରେ ଚାଲିଛି ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ରଥର ପ୍ରଚାର। ନୂଆପଡା ଜିଲ୍ଲା ଖଡ଼ିଆଳ ଏନଏସିରେ ଅଳିଆ ଆବର୍ଜନା ଗାଡ଼ିରେ ଚାଲିଛି ରାଜ୍ୟ ସରକାରଙ୍କ ପରିକ୍ରମା ରଥର ପ୍ରଚାର। ମହାପ୍ରଭୁଙ୍କୁ ଇଏ କି ଭକ୍ତି।
ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ଶ୍ରୀ ଜଗନ୍ନାଥ ଙ୍କ ପରିକ୍ରମା ରଥ ବୁଲିବା କାର୍ଯ୍ୟକ୍ରମ ହେବାର ଅଛି। ହେଲେ ଖଡ଼ିଆଳ ଏନଏସିରେ ଥିବା ଅଳିଆ ଆବର୍ଜନା ସଫେଇ ଗାଡ଼ିରେ ମାଇକ ଲଗାଇ ସହର ସାରା ପ୍ରଚାର କରାଯାଉଛି। ଅଳିଆ ଆବର୍ଜନା ଗାଡ଼ିରେ ପ୍ରଚାର କୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: