ଗ୍ୟାସ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ, ଲୋକେ ଆତଙ୍କିତ
·2 years ago

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭଗତପୁର ଚିଙ୍ଗୁଡ଼ି ପ୍ଲାଣ୍ଟ ନିକଟରେ ରାସ୍ତା ତଳକୁ ଓଲଟି ପଡିଲା ହାଇଡ୍ରୋ କ୍ଲୋରିକ ଏସିଡ଼ି ଗ୍ୟାସ ବୋଝେଇ ଗାଡି। ଗ୍ୟାସ ଟାଙ୍କିରୁ ଖୁବ ଜୋରସେ ଲିକେଜ ହେଉଥିବାରୁ ଲୋକେ ଭୟଭୀତ।
ଗାଡିଟି ଗଞ୍ଜାମରୁ ଭଗତପୁରରେ ଥିବା ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଆସୁଥିବା ବେଳେ ସେହି ପ୍ଲାଣ୍ଟ ନିକଟରେ ଗାଡିଟି ଓଲଟି ପଡିଥିଲା। ଡ୍ରାଇଭର ସୁରକ୍ଷିତ ଥିବା ବେଳେ ଏବେ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇଛି ନିର୍ଗତ ହେଉଥିବା ଗ୍ୟାସ l ବର୍ତ୍ତମାନ ସୁଦ୍ଧା କୌଣସି ଉଦ୍ଧାର ଟିମ ପହଞ୍ଚି ନାହାନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: