Gas Leak / ରାସ୍ତା ଖୋଳୁଥିଲା ଜେସିବି; ହଠାତ୍ ପାଇପ୍ ଫାଟି ଲିକ୍ ହେଲା ଗ୍ୟାସ୍
·2 months ago·2 min read

Key Points
ସିଡିଏ ୧୦ରେ ଏକ ଘରୋଇ ପେଟ୍ରୋଲ୍ ପମ୍ପ ଜେସିବିରେ ରାସ୍ତା ଖୋଳୁଥିଲା । ସେହି ସମୟରେ ଫାଟି ଯାଇଥିଲା ଗ୍ୟାସ୍ ପାଇପ୍ ।
କଟକ: ଫାଟିଗଲା ପାଇପ୍, ହେଲା ଗ୍ୟାସ୍ ଲିକ୍ । ପେଟ୍ରୋଲ୍ ଟାଙ୍କି ରାସ୍ତା କାମ ବେଳେ କଟକ ସିଡିଏରେ ଅଘଟଣ । ସିଡିଏ ୧୦ ଅଞ୍ଚଳରେ ପେଟ୍ରୋଲ୍ ଟାଙ୍କିକୁ ରାସ୍ତା କାମ ଚାଲିଥିବା ବେଳେ ଅଘଟଣ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି ।
ସ୍ଥାନୀୟ ଲୋକଙ୍କ ଅନୁସାରେ, "ଗ୍ୟାସ୍ ପାଇପ ଲାଇନ୍ ମାଟିଠୁ ଦେଢ଼ ମିଟର ତଳେ ଯିବା କଥା । କିନ୍ତୁ ବହୁ ଉପରେ ଯାଇଛି । ଗ୍ଯାସ୍ ଲିକ୍ ପରେ ବହୁ ଉଚ୍ଚତା ପର୍ଯ୍ୟନ୍ତ ଗ୍ୟାସ୍ ଉଠିଥିଲା ।" ତେବେ ଗ୍ୟାସ୍ ଲିକ୍ ସମୟରେ ଆଖପାଖରେ ନିଆଁ ବ୍ୟବହାର କରାଯାଇ ନଥିବାରୁ ବଡ଼ ଅଘଟଣ ବର୍ତ୍ତି ଯାଇଛି ।
ଏଥିସହ ପଢ଼ନ୍ତୁ: ବଡ଼ ଧରଣର ବ୍ୟାଙ୍କ ଡକାୟତି; କର୍ମଚାରୀ ଓ ଗ୍ରାହକ ମୁଣ୍ଡରେ ବନ୍ଧୁକ ରଖି ଖାଲି କରିଦେଲେ ବ୍ୟାଙ୍କ
ସୂଚନା ଅନୁସାରେ, ସିଡିଏ ୧୦ରେ ଏକ ଘରୋଇ ପେଟ୍ରୋଲ୍ ପମ୍ପ ଜେସିବିରେ ରାସ୍ତା ଖୋଳୁଥିଲା । ସେହି ସମୟରେ ଫାଟି ଯାଇଥିଲା ଗ୍ୟାସ୍ ପାଇପ୍ । ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସକୁ ଆୟତ୍ତ କରିଛନ୍ତି ।
ସମ୍ପୂର୍ଣ୍ଣ ଅଞ୍ଚଳକୁ ବାରିକେଡ୍ କରାଯାଇ ଗ୍ୟାସ୍ ପାଇପ୍ ଲାଇନ୍କୁ ମରାମତି କାମ କରାଯାଇଛି । ଅଭିଯୋଗ ଅନୁସାରେ, ଘରୋଇ ପେଟ୍ରୋଲ୍ ପମ୍ପ ରାସ୍ତା ନିର୍ମାଣ କରୁଥିବା ବେଳେ ଏନେଇ ପୂର୍ବରୁ ପାଇପ୍ରେ ଗ୍ୟାସ ଯୋଗାଣ କରୁଥିବା ଗେଲ୍କୁ ଅବଗତ କରାଇ ନଥିଲା । ଯାହା ଫଳରେ ଅଘଟଣ ଘଟିଛି ସତ ହେଲେ ଲୋକେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ।
ଏଥିସହ ପଢ଼ନ୍ତୁ: ୫୦୦ରୁ ଊର୍ଦ୍ଧ୍ଵ ଟ୍ରିପ୍ ବାଲି ଜବତ ବେଳେ ଉପଜିଲ୍ଲାପାଳଙ୍କୁ ଧମକ ଦେଲେ ମାଫିଆ
ଗେଲ୍ ପକ୍ଷରୁ ମରାମତି କରିଥିବା ଅଧିକାରୀ କହିଛନ୍ତି, "ଗ୍ୟାସ୍ ପାଇପ୍ ଫାଟିବା ପରେ ଆମେ ତୁରନ୍ତ ପହଞ୍ଚି ମରାମତି କରୁଛୁ । ଗ୍ୟାସ୍ ନେଇ କୌଣସି ସମସ୍ୟା ନାହିଁ । ଲୋକଙ୍କୁ ଅନ୍ୟ ମାଧ୍ୟମରେ ଗ୍ୟାସ୍ ଯୋଗାଣ କରୁଛୁ ।"
ଜୋନ୍-୩ ଏସିପି ଅନନ୍ୟା ଅବସ୍ତୀ କହିଛନ୍ତି, "ଏସଓପି ଅନୁସାରେ ମରାମତି ଚାଲିଛି । କିଭଳି, କେଉଁ ପରିସ୍ଥିତିରେ ଗ୍ୟାସ୍ ପାଇପ୍ ଫାଟିଲା ତାର ତଦନ୍ତ କରାଯିବ । ଲୋକଙ୍କ ସୁରକ୍ଷା ପାଇଁ ଆମେ ଅଞ୍ଚଳକୁ କର୍ଡନ କରି ନେଇଛୁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories