Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୟପୁର ପାଇଁ ପ୍ରାର୍ଥୀ ହେଲେ ଗୌତମ ସାମନ୍ତରାୟ

Manini Pattanayak
Browse all articles by Manini Pattanayak
·2 years ago
ଜୟପୁର ପାଇଁ ପ୍ରାର୍ଥୀ ହେଲେ ଗୌତମ ସାମନ୍ତରାୟ

ଭୁବନେଶ୍ୱର:  ଜୟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଜୟପୁରରୁ ଗୌତମ ସାମନ୍ତରାୟଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି। ୨୦୧୯ରେ  ମଧ୍ୟ ଗୌତମ ସାମନ୍ତରାୟଙ୍କୁ  ପ୍ରାର୍ଥୀ କରିଥିଲା ବିଜେପି।  ୨୦୧୯ରେ ୩୩,୮୦୫ ଖଣ୍ଡ ଭୋଟ ପାଇଥିଲେ ଗୌତମ । 

 ତେବେ  ଜୟପୁରରେ ତ୍ରିମୁଖୀ ଲଢ଼େଇ ନେଇ ଚିତ୍ର ସ୍ପଷ୍ଟ ହୋଇଛି । ବିଜେଡିରୁ ଇନ୍ଦିରା ନନ୍ଦ ଓ କଂଗ୍ରେସରୁ ତାରା ବାହିନୀପତି ପ୍ରାର୍ଥୀ ହୋଇଛନ୍ତି । ଗୌତମ-ଇନ୍ଦିରା-ତାରାଙ୍କ ମଧ୍ୟରେ ହେବ  ଲଢ଼େଇ । ଦୀର୍ଘ ଦିନ ହେବ ଗୌତମ ଜୟପୁରରେ ବିଜେପି ସଂଗଠନ କରିଛନ୍ତି । ଜୟପୁର ରାଜନୀତିର ଜଣେ ଚର୍ଚ୍ଚିତ  ଚେହେରା ହେଉଛନ୍ତି ଗୌତମ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gautam Samantharay became a bjp candidate for Jaipur | Argus News