Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେ ୨୫ ଓ ଜୁନ ୧ରେ ପୁରୀରେ ସାଧାରଣ ନିର୍ବାଚନ 

Manini Pattanayak
Browse all articles by Manini Pattanayak
·2 years ago·2 min read
ମେ ୨୫ ଓ ଜୁନ ୧ରେ ପୁରୀରେ ସାଧାରଣ ନିର୍ବାଚନ 

ପୁରୀ: ପୁରୀ ଜିଲ୍ଲାରେ ମେ ୨୫ ଓ ଜୁନ ୧ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଜିଲ୍ଲାର ୬ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପୁରୀ ଲୋକସଭା ଅଧିନରେ ଥିବା ବ୍ରହ୍ମଗିରି, ସତ୍ୟବାଦୀ, ପୁରୀ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମେ ୨୫ ତାରିଖ ଏବଂ ଜଗତସିଂହପୁର ଲୋକସଭା ନିର୍ବାଚନ ଅଧିନରେ ଥିବା ନିମାପଡା ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଜୁନ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ପୁରୀ ଜିଲ୍ଲାର ସମୁଦାୟ ୧୫୯୮ ଗୋଟି ମତଦାନ କେନ୍ଦ୍ରରେ ମତଦାତା ମାନେ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ। ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ନିର୍ବାଚନ ତାରିଖ ଘୋଷଣା, ଆଦର୍ଶ ଆଚରଣ ବିଧି ପାଳନ ଓ ନିର୍ବାଚନ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ଜିଲ୍ଲାପାଳ। ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବା ସମୟରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ଯାଇଥିବାରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଲୋକସଭା ଓ ତତ୍ ଅନ୍ତର୍ଗତ ବିଧାନସଭା ଆସନ ପାଇଁ ଏପ୍ରିଲ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଆରମ୍ଭ ହେବ। ମେ ୬ ତାରିଖ ନାମାଙ୍କନ ଦାଖଲ ର ଶେଷ ତାରିଖ ଥିବା ବେଳେ ୭ ତାରିଖ ଯାଞ୍ଚ ଓ ୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ର ଶେଷ ତାରିଖ ରଖାଯାଇଛି। 


ମେ ୨୫ ତାରିଖରେ ମତଦାନ ଅନୁଷ୍ଠିତ ହେବ। ସେହିପରି ଜଗତସିଂହପୁର ଲୋକସଭା ଅନ୍ତର୍ଗତ କାକଟପୁର ଓ ନିମାପଡା ବିଧାନସଭା ଆସନ ପାଇଁ ମେ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଆରମ୍ଭ ହେବ। ମଇ ୧୪ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୧୫ ତାରିଖ ଯାଞ୍ଚ ଓ ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଜୁନ ୧ ତାରିଖ ରେ ମତଦାନ ଅନୁଷ୍ଠିତ ହେବ। ଜୁନ ୪ ତାରିଖରେ ଭୋଟ ଗଣତି କରାଯିବ ଓ ନିର୍ବାଚନ ପ୍ରକ୍ରିୟା ଜୁନ ୬ ତାରିଖରେ  ସମାପନ ହେବ ବୋଲି ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି।‌

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଜିଲ୍ଲାରେ ମୋଟ ୧୫୯୮ ଗୋଟି ମତଦାନ କେନ୍ଦ୍ର ମଧ୍ୟରୁ ୧୪୨୨ଟି ଗ୍ରାମାଞ୍ଚଳରେ ଓ ୧୭୬ ଟି ସହରାଞ୍ଚଳରେ ରହିଛି। ମୋଟ ୧୪ ଲକ୍ଷ ୫ ହଜାର ୬୫୪  ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୨୨ ହଜାର ୯୬ ଥିବାବେଳେ ୬ ଲକ୍ଷ ୮୩ ହଜାର ୪୭୪ ମହିଳା ଭୋଟର ଓ  ୮୪ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ନିର୍ବାଚନ ପାଇଁ ନିୟୋଜିତ ଥିବା ସମସ୍ତ ୧୧ ହଜାର ୫୬୨ ଜଣ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଆଦର୍ଶ ଆଚରଣ ବିଧିର ପାଳନ ଓ କଡାକଡି ତଦାରଖ ପାଇଁ ଉପଜିଲ୍ଲାପାଳଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ନିର୍ବାଚନର ସୁପରିଚାଳନା ପାଇଁ ବିଭିନ୍ନ ଟିମ୍ ଯଥା ଖର୍ଚ୍ଚ ତଦାରଖ ଟିମ, ଆକାଉଣ୍ଟସ ଟିମ୍, ଷ୍ଟାଟିକ ସର୍ଭିଲାନ୍ସ ଟିମ୍, ଫ୍ଲାଇଙ୍ଗ ସ୍କାର୍ଡ,ଏମ ସି ସି ଟିମ୍, ଏମସିଏମସି, ଭିଡିଓ ସର୍ଭିଲାନ୍ସ, ଭିଡିଓ ଭିଉଙ୍ଗି ଟିମ୍ କାର୍ଯ୍ୟ କରୁଛି। ନିର୍ବାଚନ ସମ୍ପର୍କରେ କୌଣସି ଅଭିଯୋଗ ପାଇଁ ଅଭିଯୋଗ ପ୍ରକୋଷ୍ଠ ସହ କଣ୍ଟ୍ରୋଲ ରୁମ୍ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଖୋଲା ଯାଇଛି। ଏହି କଣ୍ଟ୍ରୋଲ ରୁମ୍ ର ନମ୍ବର ୧୯୫୦ ରହିଛି।  

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Sponsored
General elections will be held on May 25 and June 1 in Puri district. | Argus News