Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗେରୁଆମୟ ଭଦ୍ରକ ସହର

Ritu Das
Browse all articles by Ritu Das
·2 years ago·1 min read
ଗେରୁଆମୟ ଭଦ୍ରକ ସହର

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଉତ୍ସବ ମୁଖର ହୋଇଛି। ସେହିପରି ଭଦ୍ରକ ସହରରେ ମଧ୍ୟ ଗେରୁଆ ମୟ ହୋଉଛି ପ୍ରତ୍ୟେକ ସ୍ଥାନରେ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ପତାକା ଲଗାଯାଇ ସୁନ୍ଦର ଭାବେ ସୁସଜିତ କରାଯାଇଛି। ବିଶେଷକରି ସହରରେ ବିଭିନ୍ନ ଶ୍ରୀରାମ ମନ୍ଦିରରେ ଆଲୋକ ମାଳା ସହ ଗେରୁଆ ମୟ କରାଯାଇଛି। 

ଗାନ୍ଧୀପଡିଆ ଠାରେ ଥିବା ଶ୍ରୀରାମ ସମିତି ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି। Led ଲଗାଯାଇଛି ଅଯୋଧ୍ୟାରୁ ସିଧା ପ୍ରସାରଣ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଏହି ସମିତି ପକ୍ଷରୁ ହୋମ ଯଜ୍ଞ ଅନୁଷ୍ଠିତ ହେଉଛି। ପ୍ରଭୁ ଶ୍ରୀରାମଙ୍କ ଘଟ ସ୍ଥାପନା କରାଯାଇ ମଣ୍ଡପକୁ ସୁସଜିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି ଯାହାକୁ ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କ ଭିତରେ ଭିଡ଼ ଦେଖିବାକୁ ମିଳିଛି। ଚାରିଆଡେ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ କୀର୍ତ୍ତନ କରାଯାଉଛି। ଚାରି ଆଡ଼େ ଜୟ ଶ୍ରୀରାମ ଧ୍ଵନିରେ ସହରଠାରୁ ଆରମ୍ଭ କରି ଗ୍ରାମ ପର୍ଯ୍ୟନ୍ତ ରାମ ମୟ ହୋଇଛି। ସନ୍ଧ୍ୟା ବେଳେ ଦ୍ୱୀପ ଦାନ କରାଯିବା ନେଇ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Geruamaya | Argus News