ପାରାଦୀପ ବନ୍ଦରରେ ଚୀନ୍ର ଜାହାଜ ଲାଗିବା ପରେ ତନାଘନା
·1 year ago

ଜଗତସିଂହପୁର: ପାରାଦୀପରେ ତିନି ଘାନା ନାଗରିକ । ଏକ ଜାହାଜରେ ଲୁଚି ଆସି ପାରାଦୀପରେ ଧରା ପଡିବା ପରେ ସିଆଇଏସଏଫ ହେପାଜତରେ ଅଛନ୍ତି । ପାରାଦୀପ ପୋର୍ଟର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ସିକିୟୁ ବର୍ଥରେ ଜାହାଜ ଲାଗିବା ପରେ ତନାଘନା ଆରମ୍ଭ ହୋଇଛି । ଜାହାଜଟି ହଂକଂ ର ହୋଇଥିବାବେଳେ ଏହି ଜାହାଜରେ ଏମାନେ ଆସିଲେ କିପରି ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।
ଏମାନଙ୍କ ଉଦ୍ଦେଶ୍ୟ କଣ ଥିଲା , ଏମାନେ କେଉଁ ଦେଶକୁ ଯାଇଥାନ୍ତେ ଏବଂ ଏମାନେ କେଉଁ ପୋର୍ଟରୁ ଜାହାଜ ଭିତରେ କିଭଳି ପ୍ରବେଶ କଲେ ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: