Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀର୍ଘ ୨୭ ବର୍ଷ ପରେ ଘରକୁ ଫେରିଲେ ଘନଶ୍ୟାମ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଦୀର୍ଘ ୨୭ ବର୍ଷ ପରେ ଘରକୁ ଫେରିଲେ ଘନଶ୍ୟାମ

ଅର୍ଗସ ବ୍ୟୁରୋ : କିଏ କୁଣ୍ଢାଇ ପକାଉଛି ତ ଆଉ କିଏ ହାତ ହଲେଇ ଠାରି ଠାରି କଣ କହିଦେଉଛି ? କୁନି କୁନି ପିଲାଏ କୋଳରେ ବସି ଗେଲ ହେଉଛନ୍ତି । ଏ ସବୁ ଦୃଶ୍ୟ ଦେଖିବା ପରେ ମନରେ ମେଂଚାଏ ପ୍ରଶ୍ନ ଆସୁଥିବ କି ଇଏ କିଏ ? ଦର୍ଶକବନ୍ଧୁ ଏ ଭାଇ ଜଣକ ହଜିଯାଇଥିଲେ । ହଁ...ହଜିଯାଇଥିଲେ । ସିଏ ପୁଣି ୨୭ ବର୍ଷ ପରେ ଘରକୁ ଫେରିଲେ । ସେଇଥି ଲାଗି ତ ଘରଠୁ ପଡିଶା ସମସ୍ତେ ଖୁସି ଅଛନ୍ତି ।  ଏ ହେଉଛନ୍ତି ଘନଶ୍ୟାମ । ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୨୭ ବର୍ଷ ହେଲାଣି ଘରୁ ଦୂରେଇ ଯାଇଥିଲେ । ପରିବାର ମୁହଁରେ ଆହାର ଦେବାକୁ ବାହାରକୁ ଯାଇଥିଲେ, ତାଙ୍କ ସହ ବାହାରକୁ କାମ କରିବାକୁ ଯାଇଥିବା ସମସ୍ତେ ନିଜ ଘରକୁ ଫେରି ଆସିଥିଲେ । ହେଲେ ସେ ଆଉ ଫେରିନଥିଲେ । ଅପେକ୍ଷା କରି ଖୋଜି ଖୋଜି ଥକି ଯାଇଥିଲେ ପରିବାର ଲୋକେ । ଆଉ ଆଜି ଅଚାନକ ଯେତେବେଳେ ଆଖିସାମ୍ନାରେ ତାଙ୍କୁ ଦେଖିଛନ୍ତି, ସେତେବେଳେ ଭାବବିହ୍ବଳ ହୋଇ ପଡିଛନ୍ତି । 

ଅଧିକ ପଢନ୍ତୁ : ସମୁଦିଙ୍କୁ ଆକ୍ରମଣ କରି ସମୁଦି ଗିରଫ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୁଡ଼ଭେଲିପଦର ଗାଁର ରାଧେଶ୍ୟାମ ମହଲା । ୨୭ ବର୍ଷ ତଳେ ନିଜ ପରିବାରରେ ନିଜ ସ୍ତ୍ରୀ ଆଉ ବର୍ଷକର ପୁଅକୁ ଛାଡିକି ବାହାରେ କାମ କରିବାକୁ ଯାଇଥିଲେ । ଆଉ ଏବେ ଫେରିବା ପରେ ନିଜ ସ୍ତ୍ରୀ, ପୁଅ, ବୋହୁ ସମସ୍ତଙ୍କୁ ଦେଖି ଖୁସିରେ ବିଭୋର ହୋଇ ପଡିଛନ୍ତି ରାଧେଶ୍ୟାମ ।ଘରେ ଅସୁବିଧା ଥିବାରୁ ପରିବାର ଛାଡି ଦୂରକୁ ଚାଲିଯାଇଥିଲେ ରାଧେଶ୍ୟାମ । ମୁମ୍ବାଇ, ସୁରଟ, ଗୁଜୁରାଟରେ ରହିଲା ପରେ ଗତ ୪ ବର୍ଷ ହେଲା ରାୟପୁରରେ ରହି ଆସୁଥିଲେ । ହଠାତ୍ ସେଦିନ ସନ୍ଧ୍ୟାରେ ଗାଁ ରେ ପହଞ୍ଚି ସମସ୍ତଙ୍କ ସହ ହିନ୍ଦୀରେ କଥାବାର୍ତ୍ତା ହୋଇଥିଲେ । ପରେ ତାଙ୍କୁ ଗାଁ ଲୋକେ , ପରିବାର ଲୋକେ ଚିହ୍ନି ପାରିଥିଲେ । ସାରା ଗାଁରେ ଆନନ୍ଦର ଲହରୀ ଖେଳିଯାଇଥିଲା ।   ରାଧେଶ୍ୟାମ କୁ ପାଇ ଖୁସିରେ ବିଭୋର ହୋଇଥିଲେ ପରିବାର l ଏବେ ରାଧେଶ୍ୟାମଙ୍କୁ ପାଇବା ପରେ ପୁରା ପରିବାରରେ ଖୁସିର ଲହରୀ ଖେଳିଯାଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ghanshyam returned home after 27 long years | Argus News