Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Keonjhar / ଭୋଜି ପାଇଁ ପରିବା କାଟୁଥିଲେ ୩ ଝିଅ; ହଠାତ୍ କୁଆଡ଼େ ପଳାଇଲେ... ମିଳୁନି ଖବର

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଭୋଜି ପାଇଁ ପରିବା କାଟୁଥିଲେ ୩ ଝିଅ; ହଠାତ୍ କୁଆଡ଼େ ପଳାଇଲେ... ମିଳୁନି ଖବର

Key Points

୩ ପରିବାରର ତିନି ଝିଅ ନିଖୋଜକୁ ୨୪ ଘଣ୍ଟା ବିତିଥିବା ବେଳେ କୌଣସି ଖବର ମିଳିନି । ଯାହାକୁ ନେଇ ତିନୋଟି ପରିବାର ଚିନ୍ତାରେ ଥିବା ବେଳେ ଘସିପୁରା ଥାନାରେ ନିଖୋଜ ନେଇ ଏତଲା ଦେଇଛନ୍ତି ।

ଘଷିପୁରା (କେନ୍ଦୁଝର): ଭାଇର କାମରେ ଝିଅମାନେ ପରିବା କାଟୁଥିଲେ ଭୋଜି ପାଇଁ, ହେଲେ ଅପରାହ୍ଣରେ ହଠାତ୍ କୁଆଡ଼େ ପଳାଇଲେ । ୩ ପରିବାରର ତିନି ଝିଅ ନିଖୋଜକୁ ୨୪ ଘଣ୍ଟା ବିତିଥିବା ବେଳେ କୌଣସି ଖବର ମିଳିନି । ଯାହାକୁ ନେଇ ତିନୋଟି ପରିବାର ଚିନ୍ତାରେ ଥିବା ବେଳେ ଘସିପୁରା ଥାନାରେ ନିଖୋଜ ନେଇ ଏତଲା ଦେଇଛନ୍ତି ।


ଏଥିସହ ପଢ଼ନ୍ତୁ: ନାବାଳିକାଙ୍କୁ ହତ୍ୟା ପରେ ଅଖାରେ ବାନ୍ଧି ପୋତିଦେଲେ, ଘର ଛାଡ଼ି ପଳାଉଥିଲେ ପରିବାର


ଏତଲା ଅନୁସାରେ, "କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନଦୁଆଁ ଗାଁ ତଳସାହିର ୩ ଜଣ ବୁଧବାର ଠାରୁ ନିଖୋଜ ଅଛନ୍ତି । ଗାଁର ବଣୁଆ ଦେହୁରୀଙ୍କ ଝିଅ ସୁମିତ୍ରା, ଅଜୁ ନାୟକଙ୍କ ଝିଅ ବନି ଓ ବଇ ଦେହୁରୀଙ୍କ ଝିଅ ସରସ୍ଵତୀ କେଉଁଆଡ଼େ ଚାଲି ଯାଇଛନ୍ତି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବୁଧବାର ଅପରାହ୍ଣରୁ ୩ ଝିଅ ନିଖୋଜ ଥିବା ବେଳେ ପରିବାର ଲୋକେ ସାରା ରାତି ଖୋଜାଖୋଜି କରିଥିଲେ । ତଥାପି ସୁମିତ୍ରା, ବନି ଓ ସରସ୍ଵତୀଙ୍କ କୌଣସି ସୁରାକ୍ ମିଳି ନଥିଲା । ଶେଷରେ ବାଧ୍ୟ ହୋଇ ପରିବାର ଲୋକ ନିଖୋଜ ନେଇ ଘଷିପୁରା ଥାନାରେ ଏତଲା ଦେଇଛନ୍ତି । ପରିବାର ଲୋକଙ୍କ ଏତଲା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।


ଏଥିସହ ପଢ଼ନ୍ତୁ: ରାଜଧାନୀରେ ଆତଙ୍କରାଜ; ଗୋଡ଼ାଇ ଗୋଡ଼ାଇ ଖଣ୍ଡା, କଟୁରୀରେ ଯୁବକଙ୍କୁ ହାଣିଲେ


ମାମଲାରେ ଘସିପୁରା ପୋଲିସ ତଳସାହିର ଲକ୍ଷ୍ମୀଧର ମୁଣ୍ଡାଙ୍କୁ ଅକଟ ରଖି ପଚରାଉଚରା କରୁଛି । ତେବେ ୩ ଜଣ ଯୁବତୀ ହଠାତ୍ କେଉଁ ଆଡ଼େ ପଳାଇବାରେ ଲକ୍ଷ୍ମୀଧରଙ୍କ ସମ୍ପର୍କ କ'ଣ ? ଥିଲା କି ପ୍ରେମ ସମ୍ପର୍କ ? ନା ପାରିବାରିକ ଶତ୍ରୁତାରୁ କେହି ୩ ଯୁବତୀଙ୍କ ଅପହରଣ କରିଛି ? ଏ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି ।

Related Topics

Explore more stories

Sponsored
Three Girls Missing from Ghasipura, Keonjhar; Police Investigation Underway | Argus News | Argus News