Crime In Odisha / ନାବାଳିକାଙ୍କୁ ହତ୍ୟା ପରେ ଅଖାରେ ବାନ୍ଧି ପୋତିଦେଲେ, ଘର ଛାଡ଼ି ପଳାଉଥିଲେ ପରିବାର

Key Points
ନାବାଳିକାଙ୍କ ମୃତ୍ୟୁ କେମିତି ହେଲା ? ଝିଅର ମୃତ୍ୟୁକୁ ନେଇ ପରିବାର ଲୋକେ ଦେଉଥିବା ବୟାନରେ କାହା ସହ କାହାର ତାଳମେଳ ରହୁ ନାହିଁ । ଆଉ ନାବାଳିକାଙ୍କ ମୃତ୍ୟୁ ପରେ ହଠାତ୍ ଘର ଛାଡ଼ି ପଳାଇବାକୁ ସପରିବାର ଉଦ୍ୟମ କରିବା ଆହୁରି ସନ୍ଦେହକୁ ବଢ଼ାଉଛି ।
ବାଲେଶ୍ଵର: ବଞ୍ଜାରାଙ୍କ ବଡ଼ କାଣ୍ଡ । ବାଲେଶ୍ଵରରେ ବଡ଼ କାଣ୍ଡ ଭିଆଇଛନ୍ତି ବଞ୍ଜାରା । ଶିଳ୍ପାଞ୍ଚଳ ଥାନା ସମଲପୁର ଅଞ୍ଚଳରେ ଘର ଭିତରେ ନାବାଳିକାଙ୍କୁ ହତ୍ୟା ପରେ ଘର ଛାଡ଼ି ପଳାଉଥିଲା ପରିବାର । ଆଉ ଲୋକେ ଅଟକାଇ ପୋଲିସକୁ ଡାକିବା ପରେ ଅଖା ଭିତରୁ ମିଳିଛି ୮ ବର୍ଷର ନାବାଳିକାର ମୃତଦେହ ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, "ପ୍ରାୟ ଦେଢ଼ ମାସ ହେବ ବଞ୍ଜାରା ସମ୍ପ୍ରଦାୟର କିଛି ଲୋକ ଆସି ସମଲପୁରରେ ପାଲ ଟାଣି ଅସ୍ଥାୟୀ ଛପର ଘରେ ରହୁଥିଲେ । ସ୍ଥାନୀୟ ଷ୍ଟେସନକୁ ଯାଇ ଭିକ ମାଗୁଥିଲେ ଘରର ନାବାଳିକା । ହେଲେ ହଠାତ୍ ଆଜି ଟ୍ରଲି ଆଣି ସମସ୍ତ ଜିନିଷପତ୍ର ଲଦି ସପରିବାର ପଳାଉଥିଲେ ।"
ଏଥିସହ ପଢ଼ନ୍ତୁ: ୬୦ ବର୍ଷ ପରେ ଜାତିସଂଘରେ ଭାଷଣ ଦେବାକୁ ସୁଯୋଗ ପାଇଲେ ଏହି ଦେଶର ରାଷ୍ଟ୍ରପତି
ଯାହାକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଆଉ ପୋଲିସ ଆସି ଘର ଖୋଲି ଦେଖିବାରୁ ଏକ ଗାତ ଦେଖିବାକୁ ମିଳିଥିଲା । ଆଉ ପାଖରେ ଥୁଆ ହୋଇଥିଲା ଏକ ଅଖା ବସ୍ତା । ବସ୍ତା ଭିତରୁ ପୋଲିସ ନାବାଳିକାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କେଉଁ ପରିସ୍ଥିତିରେ ଆଉ କିଭଳି ନାବାଳିକାଙ୍କ ମୃତ୍ୟୁ ହେଲା ସ୍ପଷ୍ଟ ହୋଇନି । ତେବେ ନାବାଳିକଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି ।
📱 Get Argus News App
✨
ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ନାବାଳିକା ଜଣଙ୍କୁ ହତ୍ୟା ପରେ ପ୍ରମାଣ ଲୁଚାଇବାକୁ ଘର ଭିତରେ ଗାତ ଖୋଳା ଯାଇଥିଲା । ଆଉ ଅଖାରେ ମୃତଦେହକୁ ବାନ୍ଧି ଘର ଲୋକେ ସେହି ଗାତରେ ପୋତି ଦେଇଥାନ୍ତେ । ମାମଲାରେ ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ପୋଲିସ ନାବାଳିକାଙ୍କ ଭାଉଜ, ଭାଇଙ୍କ ସହ ଅନ୍ୟମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଏଥିସହ ପଢ଼ନ୍ତୁ: ଗୋଟିଏ ଦିନରେ ୩ ରେକର୍ଡ କଲେ ଅଭିଷେକ ଶର୍ମା
ତେବେ ନାବାଳିକାଙ୍କ ମୃତ୍ୟୁ କେମିତି ହେଲା ? ଝିଅର ମୃତ୍ୟୁକୁ ନେଇ ପରିବାର ଲୋକେ ଦେଉଥିବା ବୟାନରେ କାହା ସହ କାହାର ତାଳମେଳ ରହୁ ନାହିଁ । ଆଉ ନାବାଳିକାଙ୍କ ମୃତ୍ୟୁ ପରେ ହଠାତ୍ ଘର ଛାଡ଼ି ପଳାଇବାକୁ ସପରିବାର ଉଦ୍ୟମ କରିବା ଆହୁରି ସନ୍ଦେହକୁ ବଢ଼ାଉଛି । ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ କେଉଁ ପରିସ୍ଥିତିରେ ନାବାଳିକାଙ୍କ ମୃତ୍ୟୁ ହେଲା ? ଆଉ କାହିଁକି ପଳାଉଥିଲେ ସପରିବାର ?