Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନାହିଁ ନାହିଁରେ ଜୀବନ ବଞ୍ଚୁଛନ୍ତି ଘୁନଘୁଟି ଗ୍ରାମବାସୀ

Odisha

ନାହିଁ ନାହିଁରେ ଜୀବନ ବଞ୍ଚୁଛନ୍ତି ଘୁନଘୁଟି ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନାହିଁ ନାହିଁରେ ଜୀବନ ବଞ୍ଚୁଛନ୍ତି ଘୁନଘୁଟି ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ଜଙ୍ଗଲ ପାହାଡ ରାସ୍ତା ଅତିକ୍ରମ କରି ପାରୁନି ବିକାଶ। ଆଜିବି ମୈଳିକ ସୁବିଧା ଅପେକ୍ଷାରେ ଦୁର୍ଗମବାସୀ। ଏ ହେଉଛି କଳାହାଣ୍ଡି ରାମପୁର ବ୍ଲକ୍ ବାରବନ୍ଧା ପଞ୍ଚାୟତର ଘୁନଘୁଟି ଗାଁ। ପାହାଡ଼, ଜଙ୍ଗଲରେ ଭରା ଏହି  ଗାଁ ରେ ବସବାସ କରନ୍ତି ୩୦ ରୁ ଉର୍ଦ୍ଧ ପରିବାର।  କିନ୍ତୁ ଉପାନ୍ତର ଏ ଅଂଚଳ ଉପରେ ଆଜି ଯାଏଁ ପଡିନି ସରକାରଙ୍କ ବିକାଶର ଛିଟା। ଗମନା ଗମନ ପାଇଁ ଆଜି ବି ରାସ୍ତା ଖଣ୍ଡେ ନାହିଁ । ଗାଁକୁ ଗଲା ବାଟରେ ରହିଛି ଦୁଇଟି ନାଳ, ଯାହାର ସ୍ରୋତ ବର୍ଷା ଦିନରେ ବଢ଼ି ଥାଏ। ୨୦୦୮ ମସିହାରୁ ଗାଁକୁ ସଂଯୋଗ କରୁଥିବା ଏକମାତ୍ର ପୋଲ ଭାଙ୍ଗି ଯାଇଛି। ସେବଠୁ ଆଜି ପର୍ଯ୍ୟନ୍ତ ଗାଁରେ ପୋଲ ନିର୍ମାଣ ହୋଇପାରୁନି।

ପ୍ରାଥମିକ ଶିକ୍ଷା ପାଇଁ ମାନସରାରେ ରହିଛି ବିଦ୍ୟାଳୟ । ଯାହା ନାଳର ଅନ୍ୟ ପଟେ। ବର୍ଷକୁ ୪ ମାସ ନାଳରେ ପାଣି ଆସିବା ଯୋଗୁ କୁନି କୁନି ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ଯିବା ଅସମ୍ଭବ ହେଇଥାଏ। ଫଳରେ ଗାଁର ଅଧାରୁ ଅଧିକ ଛୁଆ ପାଠପଢ଼ାରୁ ବଞ୍ଚିତ। ପାନୀୟ ଜଳର ମଧ୍ୟ ଏଠି ସମସ୍ୟା ରହିଛି। ଦୁଇ ନଳକୂପ ରହିଛି, ଯାହା ମଧ୍ୟରୁ ଗୋଟେ ଅଚଳ, ଏବଂ ଖରା ଦିନରେ ସହା ଭରସା ଥିବା ନଳକୂପ ମଧ୍ୟ ଶୁଖି ଯାଇଥାଏ। ଫଳରେ ବର୍ଷା ତମାମ ପାଣିର ସାହା ଭରଷା ଏହି ନାଳ। 
ଘୁନଘୁଟିର ସମସ୍ୟା ସ୍ପଷ୍ଟ କରୁଛି ଦୁର୍ଗମରେ କେମିତି ହେଉଛି ବିକାଶ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ghunghuti villagers face to problem | Argus News