Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମିଳିଲେ ତିରୁପତିରେ ନିଖୋଜ ହୋଇଯାଇଥିବା ବୃଦ୍ଧା ଗୀତାଞ୍ଜଳି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମିଳିଲେ ତିରୁପତିରେ ନିଖୋଜ ହୋଇଯାଇଥିବା ବୃଦ୍ଧା ଗୀତାଞ୍ଜଳି

ଭୁବନେଶ୍ବର : ମିଳିଲେ ତିରୁପତିରେ ନିଖୋଜ ହୋଇଯାଇଥିବା ବୃଦ୍ଧା ଗୀତାଞ୍ଜଳି।  ସେଠାରେ ବୃଦ୍ଧା ଜଣକ ଚେତାଶୂନ୍ୟ ହୋଇପଡ଼ିଥିଲେ।  ଜଣେ ଡାକ୍ତର ଗୀତାଞ୍ଜଳିଙ୍କୁ ଉଦ୍ଧାର କରି କ୍ଲିନିକ୍‌ରେ ଚିକିତ୍ସା କରାଇଥିଲେ । ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଉକ୍ତ ଡାକ୍ତର ଜିଲ୍ଲାପାଳଙ୍କୁ ବୃଦ୍ଧାଙ୍କ ସମ୍ପର୍କରେ ଖବର ଦେବା ପରେ ବୃଦ୍ଧାଙ୍କୁ ତାଙ୍କ ଟିମ୍ ରହୁଥ‌ିବା ହୋଟେଲକୁ ନିଆଯାଇଛି ।

ଅଧିକ ପଢନ୍ତୁ : ତିରୁପତି ଯାଇଥିବା ୩ ମହିଳା ନିଖୋଜ

ସୂଚନାଥାଉକି, ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ କେନ୍ଦୁବିଲ୍ବ ଗ୍ରାମର ୬୨ ବର୍ଷୀୟ ବୃଦ୍ଧା ଗୀତିଞ୍ଜଳି ରାଉତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ତିରୁପତି ତୀର୍ଥଯାତ୍ରା ପାଇଁ ଗ୍ରାମର ୭ ଜଣ ବରିଷ୍ଠ ନାଗରିକଙ୍କ ସହ ଗତ ୮ ତାରିଖରେ ଘରୁ ବାହାରିଥିଲେ ଗୀତାଞ୍ଜଳି ରାଉତ । ହେଲେ ସେଠାରେ ଗତ ଶନିବାର ନିଖୋଜ ହୋଇଯାଇଥିବା ଖବର ପାଇଥିଲେ ତାଙ୍କ ପରିବାର ଲୋକେ । ଗୀତାଞ୍ଜଳିଙ୍କ ପୁତ୍ର ଏବଂ ଜ୍ବାଇଁ ତାଙ୍କୁ ଖୋଜିବା ପାଇଁ ତିରୁପତି ଯାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gitanjali, an old woman who had gone missing in Tirupati, was found | Argus News