Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ, ସରଜମିନ ତଦନ୍ତ କଲେ ସୂରଜ ସୂର୍ଯ୍ୟବଂଶୀ

Smruti Parija
Browse all articles by Smruti Parija
·1 year ago·1 min read
କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ, ସରଜମିନ ତଦନ୍ତ କଲେ ସୂରଜ ସୂର୍ଯ୍ୟବଂଶୀ

କେନ୍ଦୁଝର: କେନ୍ଦୁଝରରେ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ । ଆଜି ରାଜ୍ୟ କ୍ରୀଡା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ କେନ୍ଦୁଝର ଆସି ସଦର ବ୍ଳକ ରାଙ୍କିଠାରେ ପ୍ରସ୍ତାବିତ ଷ୍ଟାଡ଼ିୟମର ସର ଜମିନ ତଦନ୍ତ କରିଥିଲେ । ସେଠାରେ ପହଞ୍ଚି ସମସ୍ତ କାଗଜପତ୍ର ଦେଖିବା ସହ ପଡିଆକୁ ବୁଲି ଦେଖିଥିଲେ । ଏଠାରେ ବିଶ୍ଵସ୍ତରିୟ ଏକ ସ୍ପୋର୍ଷ୍ଟ୍ସ କମ୍ପଲେକ୍ସ ନିର୍ମାଣ ପାଇଁ ସରକାର ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦେବେ ବୋଲି କହିଛନ୍ତି । 

ମୁଖ୍ୟମନ୍ତ୍ରୀ ନିଜେ କେନ୍ଦୁଝର ଜିଲ୍ଲାରେ କିପରି ଖେଳର ବିକାଶ ହେବ ସେଥିପାଇଁ ଅଣ୍ଟା ଭିଡ଼ିବା ସହ ମତେ ଏଠାକୁ ପଠାଇଛନ୍ତି । ଏହା ହେବା ଦ୍ଵାରା ଜିଲ୍ଲାରୁ ବହୁ ପ୍ରତିଭା ବାହାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ମୂଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ଦ୍ବିତୀୟ ଥର କେନ୍ଦୁଝର ଗସ୍ତରେ ତାଙ୍କ ଜନ୍ମଭୂମି ରାଇକଳା ନିକଟ କରଞ୍ଜିଆପଡା ଫୁଟବଲ ପଡ଼ିଆ ଠାରେ ଦେଇଥିବା ଭାଷଣରେ କହିଥିଲେ ସାରା କେନ୍ଦୁଝରରେ ପଞ୍ଚାୟତ ସ୍ତରରେ ଷ୍ଟାଡିୟମ ନିର୍ମାଣ ହେବା ସହିତ କେନ୍ଦୁଝର ସହର ନିକଟରେ ଏକ ବିଶ୍ବସ୍ତରୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ତଥା ଷ୍ଟାଡିୟମ ନିର୍ମାଣ ହେବ । ଏବଂ ଏହାର ପ୍ରତିଶ୍ରୁତି ରକ୍ଷା ସ୍ବରୂପ ଆଜି  ରାଜ୍ୟ କ୍ରିଡ଼ା ମନ୍ତ୍ରୀଙ୍କୁ ପଠାଇଥିଲେ ସରଜମିନ ତଦାରଖ କରିବା ପାଇଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
global stadium to be-established- in Keonjhar | Argus News