Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛେଳି ଗଛ ଖାଇବାକୁ ନେଇ ଖଣ୍ଡା ଓ ଭୁଜାଲିରେ ସଂଘବଦ୍ଧ ଆକ୍ରମଣ

Ritu Das
Browse all articles by Ritu Das
·1 year ago·1 min read
ଛେଳି ଗଛ ଖାଇବାକୁ ନେଇ ଖଣ୍ଡା ଓ ଭୁଜାଲିରେ ସଂଘବଦ୍ଧ ଆକ୍ରମଣ

ଅର୍ଗସ ବ୍ୟୁରୋ: ରାସ୍ତା ପାର୍ଶ୍ବରେ ଥିବା ଗଛକୁ ଛେଳି ଖାଇଦେଵାରୁ ଶାବଳ, ଖଣ୍ଡା, ଭୁଜାଲିରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଗୋଟିଏ ପରିବାରର ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଏପରି ଅଭାବନୀୟ ଘଟଣା ଘଟିଛି ଗୋପ ଥାନା ଅଧିନ ରାହାଙ୍ଗଗୋରଡା ପଂଚାୟତ ଖଣ୍ଡାସାହି ଗ୍ରାମରେ।

ଅଭିଯୋଗ ମୁତାବକ ଖଣ୍ଡାସାହି ରାସ୍ତା ପାର୍ଶ୍ବରେ ଥିବା କିଛି ଗଛକୁ ଶକୁନ୍ତଳା ମହାପାତ୍ରଙ୍କ ଛେଳି ଖାଇଦେବାରୁ ଉତ୍ତେଜିତ ହୋଇ ଜୟାନନ୍ଦ ଵିଶ୍ବାଳ, ରବିନ୍ଦ୍ର ବିଶ୍ବାଳ,ପକୁ ବିଶ୍ବାଳ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଶକୁନ୍ତଳା ଘରେ ଥିବା ଅବସ୍ଥାରେ ପକୁ ତାଙ୍କ ଘର ଭିତରେ ପଶି ଶକୁନ୍ତଳାଙ୍କୁ ମାଡ ମାରିବା ସହ ଘରୁ ଘୋଷାଡି ଆଣି ନିକଟସ୍ଥ ଏକ ମନ୍ଦିର ନିକଟରେ ସଂଘବଦ୍ଧ  ଆକ୍ରମଣ କରିବାରେ ତାଙ୍କ ଆଖି ପତାରେ ଶାବଳ ବାଜି ଗୁରୁତର ହୋଇପଡିଥିବା ଅଭିଯୋଗ ହୋଇଛି। 

ଏହି ଘଟଣା ଦେଖି ଶକୁନ୍ତଳାକୁ ଉଦ୍ଧାର କରିବା ପାଇଁ ଆସିଥିବା ତାଙ୍କର ଦୁଇ ପୁଅ ମଧ୍ୟ ସେମାନଙ୍କ ଆକ୍ରମଣରୁ ବର୍ତ୍ତି ନ ଥିଲେ। ପକୁ ବିଶ୍ବାଳଙ୍କ ସମେତ ଜୟାନନ୍ଦ ବିଶ୍ବାଳ, ରବୀନ୍ଦ୍ର ଵିଶ୍ଵାଳ, ମହେଶ୍ୱର ବିଶ୍ବାଳ, ରାକେଶ ଵିଶ୍ବାଳ, ଯଦୁମଣି ବିଶ୍ୱାଳ ପ୍ରମୁଖ  ଦୁଇ ପୁଅ ବଳରାମ ମହାପାତ୍ର ଓ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସଂଙ୍ଘବଦ୍ଧ ଭାବେ ଖଣ୍ଡା, ଭୁଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୋପ ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଗୋପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Goats attack | Argus News