Videos
|
Odisha

କୂଳ ଲଘୁଂଛି ଗୋବରୀ ନଦୀ: କ୍ଷତିଆଶଙ୍କାରେ ଅଞ୍ଚଳବାସୀ

Ritu Das
Browse all articles by Ritu Das
·2 years ago·1 min read
କୂଳ ଲଘୁଂଛି ଗୋବରୀ ନଦୀ: କ୍ଷତିଆଶଙ୍କାରେ ଅଞ୍ଚଳବାସୀ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର  ଜମ୍ବୁ ପଞ୍ଚାୟତର ଭାଟେଣୀ ଗ୍ରାମର ଶହ ଶହ ଚାଷୀଙ୍କର ଗୋବରୀ ନଦୀ ପାର୍ଶ୍ୱରେ ଥିବା ହେକ୍ଟର ହେକ୍ଟର ମୂଲ୍ୟବାନ ଚାଷ ଜମି ବିଶେଷ କ୍ଷତିଗ୍ରସ୍ତ  ହେବାର ଆଶଙ୍କା ରହିଛି। କାରଣ ଭାଟେଣୀର କଳସି ବାଙ୍କ ଶିବ ଗୋଳ ଛକ ନିକଟରୁ ଆଦିବାସୀ ପଡ଼ା ପର୍ଯ୍ୟନ୍ତ ଗୋବରୀ ନଦୀର ପାର୍ଶ୍ୱ ନଦୀ ବନ୍ଧରୁ ବଡ଼ ବଡ଼ ମାଟି ଅତଡା ଖସି କୂଳ ଖାଇଲାଣି ଗାଁ ମୁହାଁ ଏବେ ଗୋବରୀ ନଦୀ l 

ପୂର୍ବରୁ ବହୁ ଲୋକଙ୍କ ଚାଷ ଜମି ନଦୀ ଗର୍ଭରେ ଲୀନ ହେଉଥିବା ବେଳେ  ବର୍ଷେ ପୂର୍ବେ ଜମ୍ବୁ ଗ୍ରାମ ପଞ୍ଚାୟତ ତରଫରୁ ନଦୀବନ୍ଧ ସଦୃଢ଼ କରିବା ପାଇଁ ଏନ ଆର ଜିଏସରେ ମାଟି ବନ୍ଧ ନିର୍ମାଣ କରାଯାଇଥିଲା ମାତ୍ର କେତେଜଣ ମୁଷ୍ଟିମେୟ ପ୍ରଭାବଶାଳୀ ଲୋକ ବେଆଇନ ଚିଙ୍ଗୁଡ଼ି ଘେରି କରି ଟ୍ରାକ୍ଟର ଦ୍ୱାରା ସମ୍ପୂର୍ଣ୍ଣ ରାସ୍ତାକୁ ନଷ୍ଟ କରିଦେଇଛନ୍ତି। ଯଦି ଲଘୁଚାପଜନିତ ଲଗାଣ ବର୍ଷା କିମ୍ବା ନଦୀରେ ବନ୍ୟାଜଳ ପ୍ରବାହିତ ହୁଏ ତାହାଲେ ସମ୍ପୂର୍ଣ୍ଣ ନଦୀବନ୍ଧ ଭାଙ୍ଗି ନଦୀର ଲୁଣା ଜଳ ଚାଷ ଜମି ରେ ମାଡ଼ି ଯିବା ସହିତ ଗାଁକୁ ମାଡ଼ି ଭସେଇନେବ। 

ଏବେ ଗୋବରୀ ନଦୀକୂଳ ଲଙ୍ଘିବା ଯୋଗୁ ଆହୁରି ଚାଷ ଜମି ହରାଇବାର ଚିନ୍ତାରେ ଅଛନ୍ତି ଚାଷୀକୁଳ ପରିବାର l ଚାଷୀ ମାନେ ଦୀର୍ଘ ୫ ବର୍ଷ ହେବ ନଦୀ କୂଳରେ ପଥର ପ୍ୟାକିଙ୍ଗ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବି ସୁଫଳ ପାଇନାହାନ୍ତି। ସମୟ ଥାଉ ଥାଉ ଯଦି ସାଲାଇନ ଜଳସେଚନ ବିଭାଗ ଦୃଷ୍ଟିଦେଇ ଏହି ସ୍ଥାନରେ ପଥର ପ୍ୟାକିଙ୍ଗ ନ କରିବେ ତାହାଲେ ବହୁ ଚାଷୀ ଓ ଗ୍ରାମବାସୀ ମାନେ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କାରେ ଅଛନ୍ତି ଗ୍ରାମବାସୀମାନେ। ଏହି ସମସ୍ୟାର ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ  ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: