Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପଦ ସଂକୁଳ ଅବସ୍ଥାରେ ଗୋଦାବରୀ

Arpita Mohanty
Browse all articles by Arpita Mohanty
·1 year ago·1 min read
ବିପଦ ସଂକୁଳ ଅବସ୍ଥାରେ ଗୋଦାବରୀ

Key Points

  • ଫୁଲୁଛି ଗୋଦାବରୀ , ଡରାଉଛି ପୋଲାଭରମ 
  • ମୋଟୁ ପ୍ରତି ମାଡ଼ିଆସୁଛି ଆଉ ଏକ ବିପଦ
  • ଏକ ନମ୍ବର ବିପଦ ସଂକେତ ଅତିକ୍ରମ କଲା ଗୋଦାବରୀ
  • ମୋଟୁର ମୁଗି ପଏଣ୍ଟରୁ ମାତ୍ର 5 ଫୁଟ ତଳେ ପହଞ୍ଚିଲାଣି ବନ୍ୟାଜଳ 

ଅର୍ଗସ ବ୍ୟୁରୋ: ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ଗୋଦାବରୀ ନଦୀର ଜଳ ସ୍ତର ବଢ଼ି ଚାଲିଛି । ଯାହା ଫଳରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଏକପ୍ରକାର ବନ୍ୟା ସ୍ଥିତି ଦେଖଦେଲାଣି। ଗତକାଲିଠାରୁ ଭଦ୍ରାଞ୍ଚଲମ୍ ଠାରେ ଗୋଦାବରୀର ଜଳସ୍ତର 35.1 ଥିବା ବେଳେ ଆଜି ଏହା ଏକ ନମ୍ବର ବିପଦ ସଙ୍କେତ ଅତିକ୍ରମ କରିଛି । ଆନ୍ଧ୍ର ପ୍ରଦେଶର ଆଲୁର ସୀତାରାମ ରାଜୁ ଜିଲ୍ଲାରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କରାଯାଇଛି । ଏହାସହ କୋଥାଗୁଡେମ୍ ଓ ଭଦ୍ରାଚଲ୍ ରେ ଦୁଇଟି କଣ୍ଟ୍ରୋଲ ରୁମ୍ କରି ବନ୍ୟା ସ୍ଥିତି ଉପରେ ନଜର ରଖିଛି ପଡୋଶୀ ରାଜ୍ୟ । 

ତେବେ ଗୋଦାବରୀ ନଦୀ ଫୁଲିବା ଯୋଗୁଁ ଏବେ ମୋଟୁ ପ୍ରତି ବଡ଼ ବିପଦ ମାଡ଼ି ଆସୁଛି । ମୋଟୁ ର ମୁଗୀ ପଏଣ୍ଟରୁ ମାତ୍ର 5 ଫୁଟ ତଳେ ଜଳସ୍ତର ଥିବା ବେଳେ କୌଣସି ସମୟରେ ମଧ୍ୟ ମୋଟୁକୁ ବନ୍ୟାଜଳ ପ୍ରବେଶ କରିପାରେ । ଏହାସହ ମୋଟୁର ତଳୁଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବା ଆରମ୍ୱ କଲାଣି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Godavari in critical condition | Argus News