Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Maa Charchika / ଶେଷ ହେଲା ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକାଙ୍କ ଚନ୍ଦନ ଯାତ୍ରା

Ritu Das
Browse all articles by Ritu Das
·2 years ago
ଶେଷ ହେଲା ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକାଙ୍କ ଚନ୍ଦନ ଯାତ୍ରା

ଅର୍ଗସ ବ୍ୟୁରୋ: ଶେଷ ହୋଇଛି ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ମା ଚର୍ଚ୍ଚିକାଙ୍କ ପବିତ୍ର ଚନ୍ଦନ ଯାତ୍ରା। ରାତିରେ ମା'ଙ୍କ ମନ୍ଦିରରୁ ବିମାନରେ ବାହାରି ହଜାର ହଜାର ଭକ୍ତଙ୍କ ଗହଣରେ ଆସି ମା' ସାଧାରଣରେ ଦର୍ଶନ ଦେଇଥିଲେ। ବାଣ, ବାଜା, ରୋଷଣିରେ ସେବାୟତ ମାନେ ସହର ପରିକ୍ରମା କରି ଚର୍ଚ୍ଚିକା ଗ୍ରାମରେ ମା'ଙ୍କ ଭୋଗ ଖାଇବା ପରେ ମହାନଦୀରେ ନୌକା ବିହାର କରିଥିଲେ। 

ମା'ଙ୍କ ଏହି ଯାତ୍ରା ଦେଖିବାକୁ ବାଙ୍କୀ ସହିତ ଓଡିଶାର ବିଭିନ୍ନ ଆଡୁ ଲୋକଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା। କୁହାଯାଏ ଧରା ପୃଷ୍ଠରୁ ଅସହାୟ ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ମା' ନିଜେ ଚନ୍ଦନ ଲେପ ହୋଇ ଧରାପୃଷ୍ଠ ଶୀତଳ କରାଇବା ସହିତ ଭକ୍ତଙ୍କୁ ବିପଦରୁ ଉଦ୍ଧାର ପାଇଁ ମନ୍ଦିରରୁ ବାହାରକୁ ଆସି ଚନ୍ଦନ ଯାତ୍ରା କରିଥାନ୍ତି।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Maa Charchika | Goddess of Maa' Charchika, | Argus News