ଶକ୍ତିପୀଠ ଗୁଡ଼ିକରେ ମା'ଙ୍କ ଶୋଡଶ ଉପଚାର ପୂଜା ଆଜିଠୁ ଆରମ୍ଭ
·1 year ago

ଅର୍ଗସ ବ୍ୟୁରୋ: ଶାରଦୀୟ ପାର୍ବଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଶକ୍ତିପୀଠ ଗୁଡ଼ିକରେ ମା ଙ୍କ ଶୋଡଶ ଉପଚାର ପୂଜା ଆଜିଠାରୁ ଆରମ୍ଭ ହେବାକୁ ଥିବାବେଳେ ମଣ୍ଡପରେ ମା ଙ୍କ ପୂଜା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ରିତି ଅନୁଯାୟୀ ଆଜି ମୂଳାଷ୍ଟମୀ ଦିନଠାରୁ ମା ଙ୍କ ଶୋଡଷ ଉପଚାର ପୂଜା ଆରମ୍ଭ ହୋଇଥାଏ। କଟକର ଆରାଧ୍ୟ ଦେବୀ ମା କଟକ ଚଣ୍ଡୀ ଓ ଗଡଚଣ୍ଡୀ ଙ୍କ ଆଜିଠାରୁ ଶୋଡଷ ଉପଚାର ପୂଜା ଆରମ୍ଭ ହେବ। ମା ଙ୍କ ସହସ୍ରକୁମ୍ଭାଭିଷେକ ଏହାପରେ ନଦୀରୁ ଜଳ ଆଣି ଘଟ ସ୍ଥାପନ,ଶୋଡଷ ଉପଚାର ପୂଜା ଓ ସୁନାବେଶ କରାଯିବ। ସେହିପରି ଗଡଚଣ୍ଡୀ ରେ ମଧ୍ୟ ମା ଙ୍କ ଘଟ ସ୍ଥାପନ କରାଯାଇ ଆଜିଠାରୁ ଷୋଡ଼ଷ ଉପଚାର ପୂଜା ଆରମ୍ଭ ହେବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: