Egg Day / ଚିନ୍ତାରେ ରାଜ୍ୟ ସରକାର କମୁଛି ଅଣ୍ଡା ଉତ୍ପାଦନ

Key Points
ବିଶ୍ୱ ଅଣ୍ଡା ଦିବସରେ ରାଜ୍ୟକୁ ଅଣ୍ଡା ଚିନ୍ତା।
ରାଜ୍ୟରେ ବାର୍ଷିକ ୩୭୨ କୋଟି ଅଣ୍ଡା ଉତ୍ପାଦନ ହେଉଛି ।
ଦିନକୁ ପାଖାପାଖି ୧ କୋଟି ୧୭ ଲକ୍ଷ୍ୟ ଅଣ୍ଡା ଉତ୍ପାଦନ ହେଉଛ ।
ଉତ୍ତମ ସ୍ଵାସ୍ଥ୍ୟ ପାଇଁ ନିୟମିତ ଅଣ୍ଡା ଖାଇବା ଦରକାର । ଦିନକୁ ଦିନ ଅଣ୍ଡାର ଚାହିଦା ବଢ଼ୁଥିବାରୁ ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧିର ଯଥେଷ୍ଟ ସୁଯୋଗ ରହିଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ଜରିଆରେ ଅଣ୍ଡା ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଅଣ୍ଡାଦିଆ କୁକୁଡ଼ା ପାଳନ କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବା ସହିତ ସେମାନଙ୍କ ପାଇଁ ନିରନ୍ତର ଆୟର ସୁଯୋଗ ସୃଷ୍ଟି କରିଥାଏ । ରାଜ୍ୟର ଚାଷୀ ଓ ଉଦ୍ୟୋଗୀମାନେ ସରକାରୀ ଯୋଜନାର ଲାଭ ଉଠାଇ ଅଧିକରୁ ଅଧିକ ଅଣ୍ଡା ଉତ୍ପାଦନ କରି ନିଜର ଆୟ ବୃଦ୍ଧି କରିପାରିବେ ।
କିନ୍ତୁ ବିଶ୍ୱ ଅଣ୍ଡା ଦିବସରେ ରାଜ୍ୟକୁ ଅଣ୍ଡା ଚିନ୍ତା। ରାଜ୍ୟରେ ବାର୍ଷିକ ୩୭୨ କୋଟି ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ଦିନକୁ ପାଖାପାଖି ୧ କୋଟି ୧୭ ଲକ୍ଷ୍ୟ ଅଣ୍ଡା ଉତ୍ପାଦନ ହେଉଛି । ୨୦୨୯ ସୁଦ୍ଧା ବାର୍ଷିକ ୫୦୦ କୋଟି ଅଣ୍ଡା ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ନେଉଛନ୍ତି ଏଥି ପାଇଁ ସରକାରୀ ସ୍ତରରେ ବଡ଼ ଯୋଜନା କରାଯାଉଛି । ଆଜି ବିଶ୍ଵ ଅଣ୍ଡା ଦିବସ ଅବସରରେ ଲୋକ ସେବା ଭବନ କଂଭେସନ ହଲରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଆହୁରି ମଧ୍ୟ କହିଛନ୍ତି ପୂର୍ବରୁ ପ୍ରାୟ ସବୁ ଘରେ ଗାଈ ପାଳୁଥିଲେ । ହେଲେ ଏବେ ଦେଖିବାକୁ ମିଳୁଛି ଯେ ଘରେ ଘରେ କୁକୁର ପାଳୁଛନ୍ତି । ଏହା ବଦଳରେ ଘରେ ଗାଈ ପାଳି ଗୋ ମାତା ସେବା କରିବାକୁ କହିଛନ୍ତି ।
📱 Get Argus News App
✨ଅନ୍ୟପଟେ କାର୍ଯ୍ୟକ୍ରମରେ ଯୋଗ ଦେଇ ଓୟୁଏଟି କୁଳପତି କହିଥିଲେ, ଓଡ଼ିଶାରେ ମୁଣ୍ଡପିଛା ବର୍ଷକୁ ଅଣ୍ଡାର ଉତ୍ପାଦନ ହେଉଛି ୮୦ ଟି ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଅଣ୍ଡା ଉତ୍ପାଦନ ହେଉଛି ୧୦୩ ଟି, ଆମେ ବହୁ ପଛରେ ଅଛୁ ଆବଶ୍ୟକ ଅନୁସାରେ ଉତ୍ପାଦନ ହେଉନାହିଁ ସେଥିପାଇଁ ଆନ୍ଧ୍ରପ୍ରଦେଶ ଉପରେ ଅଣ୍ଡା ପାଇଁ ନିର୍ଭରଶୀଳ ହେବାକୁ ପଡୁଛି। ତେଲେଙ୍ଗାନାରେ ଏବେ ବର୍ଷକୁ ମୁଣ୍ଡପିଛା ଉତ୍ପାଦନ ୪୮୨ ଅଣ୍ଡା । ହେଲେ ଆମ ରାଜ୍ୟରେ କମ ରହିଛି ତେଣୁ ଆତ୍ମନିର୍ଭର ହେବାପାଇଁ ବଡ଼ ସୁଯୋଗ ରହିଛି । ଏହି କାର୍ଯ୍ୟକ୍ରମରେ ଅନେକ ଚାଷୀଙ୍କୁ କୁକୁଡ଼ା ଚାଷ ପାଇଁ ରିହାତି ଋଣ ଯୋଗାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ପ୍ରତି ବର୍ଷ ଅକ୍ଟୋବର ମାସ ଦ୍ଵିତୀୟ ଶୁକ୍ରବାର ଦିନ “ବିଶ୍ଵ ଅଣ୍ଡା ଦିବସ” ପାଳନ କରାଯାଏ । ଅଣ୍ଡାର ଖାଦ୍ୟଗୁଣ ଓ ଏହାର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରାଇବା ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ ବିଶ୍ଵ ଅଣ୍ଡା ଦିବସ ପାଳନ କରାଯାଉଅଛି । ଚଳିତ ବର୍ଷର ଥିମ୍ ରହିଛି “ଶକ୍ତିଶାଳୀ ଅଣ୍ଡା: ପ୍ରାକୃତିକ ପୋଷଣରେ ଭରପୂର ।”
“ବିଶ୍ଵ ଅଣ୍ଡା ଦିବସ” ପରିପ୍ରେକ୍ଷୀରେ ଆଜି ଭୁବନେଶ୍ଵରର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଅଣ୍ଡାର ଉପାଦେୟ ଗୁଣ ବିଷୟରେ ପିଲାମାନଙ୍କୁ ସଚେତନ କରାଯାଇଥିଲା । ୟୁନିଟ-୧, ୟୁନିଟ-୨, ୟୁନିଟ-୯, ସିଆରପି ଓ କ୍ୟାପିଟାଲ ହାଇସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହା ବ୍ୟତୀତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଭୁବନେଶ୍ଵରର ବିଭିନ୍ନ ଅନାଥାଶ୍ରମରେ ଅନ୍ତେବାସୀମାନଙ୍କୁ ଅଣ୍ଡା ବଣ୍ଟନ କରାଯାଇଥିଲା ।
Related Topics
Explore more stories