|
logo
Live

Argus News - ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ କଟାକ୍ଷ କଲା ବିଜେପି

Odisha

ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ କଟାକ୍ଷ କଲା ବିଜେପି

Smruti Parija
Browse all articles by Smruti Parija
·1 year ago·1 min read
ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ କଟାକ୍ଷ କଲା ବିଜେପି

ଅର୍ଗସ ବ୍ୟୁରୋ: ଦେବାଶିଷଙ୍କ ମନ୍ତବ୍ୟକୁ କଟାକ୍ଷ କଲେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ଦେବାଶିଷ ଦିନରେ ଶୋଇ ସ୍ବପ୍ନ ଦେଖୁଛନ୍ତି । ତାଙ୍କୁ ଉପଦେଶ ଏମିତି ସ୍ୱପ୍ନ ଦେଖିବା ବନ୍ଦ କରନ୍ତୁ । 24 ବର୍ଷରେ ବିଜେଡି ଯାହା କରି ନଥିଲା 100 ଦିନରେ ବିଜେପି ସରକାର ତାହା କରି ଦେଖାଇଛନ୍ତି । ଏହି ସଫଳତା ବିଜେଡି ନେତାଙ୍କୁ ହଜମ ହେଉନି ।

ସେଥିପାଇଁ ଏମିତି  ପାଗଳର ପ୍ରଳାପ କରୁଛନ୍ତି । ଓଡିଶା ପ୍ରଗତି ଆଡକୁ ଗତି କରୁଛି । ଦିନରେ ସ୍ବପ୍ନ ଦେଖିବା ବନ୍ଦ କରି ବାସ୍ତବତାକୁ ଆସନ୍ତୁ । ବିଜେଡିରୁ ଜଣକ ପରେ ଜଣେ ବିଜେପିକୁ ଆସୁଛନ୍ତି । ବିଜେଡିର ଘର ଖାଲି ହୋଇଗଲାଣି । ତେଣୁ ଏଭଳି ମନ୍ତବ୍ୟ ଦେଇ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା କରୁଛନ୍ତି । ଯେଉଁଥିରେ ସଫଳ ହେବେ ନାହିଁ ବୋଲି କହିଛନ୍ତି  ଗୋଲକ ମହାପାତ୍ର । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ କଟାକ୍ଷ କଲା ବିଜେପି | Argus News