Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଏ ଟଙ୍କା ଆଗାମୀ ନିର୍ବାଚନ ପାଇଁ ଗଚ୍ଛିତ ରଖାଯାଇଥିଲା'

Smruti Parija
Browse all articles by Smruti Parija
·2 years ago·2 min read
'ଏ ଟଙ୍କା ଆଗାମୀ ନିର୍ବାଚନ ପାଇଁ ଗଚ୍ଛିତ ରଖାଯାଇଥିଲା'

କଟକ: ଶହ ଶହ କୋଟି ଟଙ୍କାର ମଦ ଘୋଟାଲାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର ।  ଟଙ୍କାର ମାଲିକ କଂଗ୍ରେସ ଟଙ୍କା ରଖିଲେ ନବୀନ ପଟ୍ଟନାୟକଙ୍କ ପାଖରେ । ବିଜେଡି ଦଳର ଏଥିରେ ସମ୍ପୃକ୍ତି ଅଛି । ତାହା ନ ହେଲେ ଏଠାରେ ଅବକାରୀ ବିଭାଗ, ଭିଜିଲାନ୍ସ ସବୁଥାଇ କିଭଳି ଜାଣି ପାରିଲା ନାହିଁ । 
ସ୍ଥାନୀୟ ପ୍ରଶାସନଠୁ ଆରମ୍ଭ କରି ବିଜେଡି ନେତା ମନ୍ତ୍ରୀ ସଂଶ୍ଲିଷ୍ଟ ଅଛନ୍ତି । ସେମାନେ ଯଦି ସଂଶ୍ଲିଷ୍ଟ ନାହାନ୍ତି ତାଙ୍କର ଯଦି ସତ ସାହସ ଅଛି ଉତ୍ତର ଦିଅନ୍ତୁ । ଏ ଟଙ୍କା ଆଗାମୀ ନିର୍ବାଚନ ପାଇଁ ଗଚ୍ଛିତ ରଖାଯାଇଥିଲା । ଏଥିରେ ବିଜେଡି ଦଳର ଯଦି କେହି ସଂଶ୍ଲିଷ୍ଟ ନାହାନ୍ତି ତାହା ହେଲେ ନବୀନ ବାବୁ ସିବିଆଇକୁ ଏ କେସ୍ ଦେବା ପାଇଁ ପ୍ରସ୍ତୁତ ତ ବୋଲି ପ୍ରଶ୍ନ କରିଛନ୍ତି ଗୋଲକ ମହାପାତ୍ର ।

ସେପଟେ ଟଙ୍କା ପାହାଡ଼କୁ ଗଣି ଗଣି ଅଧିକାରୀ ହାଲିଆ । ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡରେ ଜବତ ହୋଇଥିବା ସମସ୍ତ ଟଙ୍କାର ଗଣତି ଜାରି ରହିଛି । ଏଯାବତ୍ ବଲାଙ୍ଗିର ଏସବିଆଇ ମୁଖ୍ୟଶାଖାରେ 164 କୋଟି ଟଙ୍କା ଗଣତି ସରିଲାଣି । 176ଟି ଟଙ୍କା ଭର୍ତ୍ତି ବସ୍ତାରୁ 106ଟି ବସ୍ତାର ଗଣତି ଶେଷ ହୋଇଛି । ଆଜି ଟଙ୍କା ଗଣାରେ 25ରୁ 30ଟି ମେସିନ୍ ସହ 50 ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଆଜି ଗଣତି ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେପଟେ ପଞ୍ଚମ ଦିନରେ ବି ଆୟକର ବିଭାଗର ଚଢାଉ ଜାରି ରହିଛି ।

ଏନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ମୋଦି ସରକାର କାହାକୁ ବି ଛାଡିବନି । ଯେତେ ବି ପ୍ରଭାବଶାଳୀ ହୁଅନ୍ତୁ, ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବ । ଯେଉଁ କଂଗ୍ରେସ ସାଂସଦଙ୍କ ନାଁ ଆସୁଛି, ତାଙ୍କ ପରିବାର ଲଗାତାର ଭାବେ ଓଡିଶାରେ ବ୍ୟବସାୟ କରି ଆସୁଥିଲା । ଯେଉଁମାନେ ଉତ୍ତରଦାୟୀ, ମୁହଁରେ ତୁଣ୍ଡି ନବାନ୍ଧି ଉତ୍ତର ଦେବାକୁ ବାଧ୍ୟ ହେବେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
golaka-mohapatra-reaction-over-it-raid | Argus News