Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

  ରାଜଧାନୀରେ  ୫୦ଟଙ୍କାରେ ମିଳୁଛି ସୁନା

Manini Pattanayak
Browse all articles by Manini Pattanayak
·2 years ago·2 min read
  ରାଜଧାନୀରେ  ୫୦ଟଙ୍କାରେ ମିଳୁଛି ସୁନା

ଭୁବନେଶ୍ୱର:  ୫୦ଟଙ୍କାରେ ସୁନା। ତାପୁଣି ରାଜଧାନୀରେ। ଥରେ ଦେଖିଲେ ଆଖି ହଟିବନି। ଆଉ କିଣିବାକୁ ନିଶ୍ଚୟ ମନ କହିବ। ଆପଣ ମାନେ ଭିଜୁଆଲରେ ଦେଖୁଥିବା ଏ ସବୁ ହେଉଛି ସୁନା ଅଳଙ୍କାର। ମାନେ ଓ୍ବାନ୍ ଗ୍ରାମ୍ ଗୋଲ୍ଡ। ସୁନା ପ୍ରେମୀଙ୍କ ପାଇଁ ସୁନାର ଭଣ୍ଡାର ଖୋଲି ଦେଇଛି ଓ୍ବାନଗ୍ରାମ୍ ଗୋଲ୍ଡ। .ଏବେ ଏ ସବୁ ଗହଣା ଏବେ ପକେଟ୍ ଫ୍ରେଣ୍ଡଲି। ସୁନା ଦର ୭୦ହଜାର ଅତିକ୍ରମ କଲାଣି। ଯେଉଁଥି ପାଇଁ ଦୋକାନ ଦୁଆରେ  ପାଦ ରଖିବାକୁ ଡର ଲାଗିଲାଣି। ଏପରି ସ୍ଥିତିରେ ସୁନା ପିନ୍ଧିବାକୁ ପସନ୍ଦ କରୁଥିବା ଲୋକେ କରିବେ କ'ଣ। ଖାସ୍ ସେମାନଙ୍କ ପାଇଁ ରାଜଧାନୀର ତମାଣ୍ଡୋ ଛକ ଡିଏନ୍ ରେଗାଲିଆ ନିକଟରେ ଖୋଲିଛି ଆରକେ ଗୋଲ୍ଡ ସୋରୁମ। .ଓ୍ବାନ ଗ୍ରାମ ଗୋଲ୍ଡ ଠାରୁ ଆରମ୍ଭ କରି ଟୁ-ଗ୍ରାମ୍ ଗୋଲ୍ଡ ଏଠାରେ ଉପଲବ୍ଧ...ମହିଳା ଓ ପୁରୁଷଙ୍କ ପାଇଁ ଭଳିକି ଭଳି ଡିଜାଇନର ହାର,ମଙ୍ଗଳସୂତ୍ର,ଚୁଡ଼ି,ଇୟର ରିଙ୍ଗ୍ , ହାତ ମୁଦି ଠାରୁ ଆରମ୍ଭ କରି ବିଭିନ୍ନ ଷ୍ଟାଇଲର ବ୍ରେସଲେଟ୍ ଏଠାରେ ରହିଛି।

ଏଠାରେ ୫୦ଟଙ୍କା ଠାରୁ ଆରମ୍ଭ କରି ୧୦ହଜାରରୁ ଉର୍ଦ୍ଧ୍ବ ପର୍ଯ୍ୟନ୍ତ ଡିଜାଇନ ଓ୍ବାନ ଗ୍ରାମ୍ ଗୋଲ୍ଡ ଉପଲବ୍ଧ ଥିବାବେଳେ ରାଣୀହାର ଯାହା ପ୍ରତିଟି ମହିଳାଙ୍କ ବେଶୀ ପସନ୍ଦ ସେହି ହାରର ଦାମ୍ ଏଠାରେ ମାତ୍ର ଦୁଇରୁ ୩ହଜାର ଟଙ୍କା ରହିଛି...ଖାଲି ସେତିକି ନୁହେଁ ଶହେ ଦୁଇ ଶହ ପାଞ୍ଚ ଶହ ଟଙ୍କା ମର୍ଯ୍ୟନ୍ତ ରହିଛି ହାତମୁଦିର ଦାମ୍॥ ଯାହାକି ବେଶ ମନଲୋଭା ହୋଇଛି। ତେବେ ସୋ-ରୁମ ଓନର ବିଶ୍ବରଂଜନଙ୍କ କହିବା କଥା ଏଠାରୁ କିଣିଥିବା ଜିନିଷ ସବୁକୁ ୬ମାସର ଗ୍ୟାରେଣ୍ଟି ଦିଆଯାଉଛି। ଯଦି ରଙ୍ଗରେ କୌଣସି ସମସ୍ୟା ଉପୁଜେ ତାହେଲେ ଏହାର ବଦଳାଇ ପୁନର୍ବାର ନୂଆ ଅଳଙ୍କାର ମଧ୍ୟ ନେଇ ପାରିବେ। ସେପଟେ ଏଠାକୁ ଆସୁଥିବା ଗ୍ରାହକ ମାନେ କହିଛନ୍ତି ସୋସିଆଲ ମିଡିଆରୁ ଭିଡିଓ ଦେଖି ଏଠାକୁ ସୁନା କିଣିବାକୁ ଆସିଛୁ। ସୁନା ଦର ଆକାଶ ଛୁଆଁ ହୋଇଥିବା ବେଳେ ୬ମାସର ଗ୍ୟାରେଣ୍ଟି ସହ ମିଳୁଥିବା ଏହି ଓ୍ବାନ ଗ୍ରାମର ଗୋଲ୍ଡ କିଣିବା ପାଇଁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁଛି। ତେବେ ଯେଉଁମାନେ ସୁନା ପ୍ରେମୀ ସେମାନେ ତମାଣ୍ଡୋ ଛକରେ ଥିବା ଏହି ଆରକେ ଗୋଲ୍ଡକୁ ଯାଇ ସେମାନେ ସେମାନଙ୍କର ସୁନା ପିନ୍ଧିବାର ସୋପ୍ନକୁ ପୂରଣ କରିପାରିବେ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold is available for 50 rupees in the capital bhubaneswar | Argus News