Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀ ଉପକଣ୍ଠ  ବିଶାଲ ଗାର୍ଡେନ ଆପାର୍ଟମେଣ୍ଟରୁ ସୁନା ଗହଣା ଲୁଟ

Swayangprajna Mishra
Browse all articles by Swayangprajna Mishra
·1 year ago
ରାଜଧାନୀ ଉପକଣ୍ଠ  ବିଶାଲ ଗାର୍ଡେନ ଆପାର୍ଟମେଣ୍ଟରୁ ସୁନା ଗହଣା ଲୁଟ

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ  ବିଶାଲ ଗାର୍ଡେନ ଆପାର୍ଟମେଣ୍ଟରୁ ସୁନା ଗହଣା ଲୁଟ। ପିପିଲି କୌଶଲ୍ୟା ଗଙ୍ଗ ଫାଣ୍ଡି ଅଧୀନ ବିଶାଲ ଗାର୍ଡେନ ର ଆପାର୍ଟମେଣ୍ଟ ରେ ରାତି ଅଧିଆ କଳା କନା ବୁଲାଇଛନ୍ତି ଲୁଟେରା। ଫ୍ଲାଟ ର ମାଲିକ ଘରେ ନଥିବା ର ସୁଯଗ ନେଇ ଆପାର୍ଟମେଣ୍ଟ କୁ ଟାର୍ଗେଟ କରିଛନ୍ତି ହାଇୱେ ଲୁଟେରା।

ଅଧିକ ପଢନ୍ତୁ : ୪ଟି ମନ୍ଦିରରୁ ତାଲା ଭାଙ୍ଗି ସିରିଜ୍ ଲୁଟ୍

ଗୋଟିଏ ପଟେ ରାଜଧାନୀ ରେ ଡିଜି ଆଇଜି ସମ୍ମିଳନୀ ଚାଲିଥିବା ବେଳେ ରାଜଧାନୀ ଉପକଣ୍ଠ କୃପାଜଳ ଇଞ୍ଜିନିଅରିଙ୍ଗ କଲେଜ ନିକଟରେ  ଏଭଳି ଲୁଟ ଚର୍ଚ୍ଚା ର ବିଷୟ ପାଲଟିଛି। ରାଜଧାନୀ ହାଇ ସିକୁରିଟି ଭିତରେ ଥିବା ବେଳେ ଏହାର ସୁଯୋଗ ନେଇ ଉପକଣ୍ଠ ରେ ଲୁଟେରା ଚଳାଇଛନ୍ତି ଆତଙ୍କ ରାଜ। ଘଟଣା ସ୍ଥଳରେ ପିପିଲି ପୋଲିସ ପହଂଚି ତନା ଘନା ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold jewellery looted from Vishal Garden Apartments in the Bhubaneswar | Argus News