ବଢ଼ି ଚାଲିଛି ସୁନା ଦର
·2 years ago·1 min read

ଅର୍ଗସ ବ୍ୟୁରୋ: ବଢ଼ି ଚାଲିଛି ସୁନା ଦର। ଭୁବନେଶ୍ଵରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୨୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୫ ହଜାର ୩୫୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ରୁପା ଦର ଆଜି କିଲୋଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହୋଇ ୮୭ ହଜାର ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୪ ହଜାର ୧୫୦ ଟଙ୍କା ଥିଲା।
ଆଜି ଏଥିରେ ୧୨୦୦ ଟଙ୍କା ବୃଦ୍ଧି ଘଟିଛି। ସେହିପରି ଗତକାଲି ଏଠାରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୯,୯୮୦ ଥିବା ବେଳେ ଆଜି ଏଥିରେ ୧୩୧୦ ଟଙ୍କା ବୃଦ୍ଧି ହୋଇଛି। ତେବେ ସୁନା ଉତ୍ପାଦନକାରୀ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି, ଆମେରିକା ଫେଡରାଲ ରିଜର୍ଭର ସୁଧ ହାର ହ୍ରାସ ନିଷ୍ପତ୍ତି ଯୋଗୁଁ ଗତ କିଛି ଦିନ ହେଲା ସୁନା ଓ ରୁପା ଦର ଲଗାତାର ଭାବେ ଉପରମୁହାଁ ହୋଇଚାଲିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: