Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶନି ଠାକୁରଙ୍କ ସୁନା ଆଖି, ରୂପା ମୁକୁଟ ଚୋରି କରିନେଲେ

Smruti Parija
Browse all articles by Smruti Parija
·1 year ago·1 min read
ଶନି ଠାକୁରଙ୍କ ସୁନା ଆଖି, ରୂପା ମୁକୁଟ ଚୋରି କରିନେଲେ

ଭୁବନେଶ୍ୱର: ଶନିବାରରେ ତାଡି ନେଇଗଲେ ଶନିଦେବଙ୍କ ଆଖି । ଏହା ସହ ଠାକୁରଙ୍କ ମୁକୁଟ ସହ ଅଳଙ୍କାର ଲୁଟି ନେଲେ ଦୁର୍ବୁତ୍ତ । ଶନିବାରରେ ଶନି ଠାକୁରଙ୍କ ସୁନାର ଆଖି ଓ ରୁପା ମୁକୁଟ ଦୁର୍ବୁତ୍ତମାନେ ତାଡି ନେଇଛନ୍ତି । ଘଟଣାଟି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଆମଣାକୁଦ ପଞ୍ଚାୟତ କୁଦ ପାଟଣାରେ ଘଟିଛି । 

ଆଜି ସକାଳୁ ପୂଜକ ମନ୍ଦିର ଖୋଲିବାକୁ ଆସିବାବେଳେ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ଗାଁ ଲୋକଙ୍କୁ ଖବର କରିଥିଲେ । ଖବର ପାଇ ବନମାଳୀପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିରରେ ଲାଗିଥିବା ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ ହୋଇଛି । ୨ ଜଣ ଦୁର୍ବୁତ୍ତ ଆଜି ଭୋର ପ୍ରାୟ ସାଢେ ୪ ଟା ରେ ମନ୍ଦିରରେ ପଶିଥିଲେ । ସେମାନେ ରେନି କୋର୍ଟ, ଟୋପି , ପାଦରେ ଚପଲ ପିନ୍ଧି ମୁହଁ ରେ କପଡା ବାନ୍ଧି ଥିବା ଦେଖା ଯାଇଛି । ଗ୍ୟାସ କଟର ସାହାଯ୍ୟରେ ମନ୍ଦିର ତାଲା କାଟି ଭିତରକୁ ପଶି ଅଳଙ୍କାର ଲୁଟ୍ କରି ଚମ୍ପଟ ମାରିଛନ୍ତି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
golden-eye-and-silver-crown-of-shanimadev-looted-from-shani-temple-at-bhubaneswar | Argus News