Housing Policy / ସୁଲଭ ମୂଲ୍ୟରେ ଭଡ଼ାଘର ଦେବେ ସରକାର ! ଆସୁଛି ନୂଆ ପଲିସି
·3 months ago·3 min read

Key Points
ସୁଲଭ ମୂଲ୍ୟରେ ଭଡ଼ାଘର ଦେବେ ସରକାର !
ଆସୁଛି ନୂଆ ପଲିସି
ପ୍ରସ୍ତୁତ ହୋଇଛି ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ
ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି ସରକାର

ଭୁବନେଶ୍ବର,୧୪/୦୬:ସହରାଞ୍ଚଳରେ ଭଡ଼ାଘର ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ପ୍ରସ୍ତୁତ ହୋଇଛି ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬ର ଚିଠା ପ୍ରସ୍ତାବ । ଏହି ନୂଆ ପଲିସି ଉପରେ ଏବେ ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି ସରକାର ।
ସହରାଞ୍ଚଳରେ ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ ପ୍ରାୟତଃ ଦେଖାଦେଉଥିବା ବିବାଦର ସମାଧାନ କରିବା ଏହି ଆଇନର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନ ସହରଗୁଡ଼ିକରେ ଚାହିଦା ମୁତାବକ ଭଡ଼ାଘର ମିଳୁନାହିଁ । ବିଶେଷ କରି ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ପ୍ରମୁଖ ସହରକୁ ପାଠପଢ଼ା ପାଇଁ ଆସୁଥିବା ଛାତ୍ରଛାତ୍ରୀ, ବ୍ୟବସାୟୀ, ଚାକିରିଆ ଏବଂ ଶ୍ରମିକମାନେ ଘର ନପାଇ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସହରରେ ସୁଲଭ ମୂଲ୍ୟରେ ଭଡ଼ାଘର ନମିଳିବା କାରଣରୁ ଅନେକ ସମୟରେ ବସ୍ତି ଅଞ୍ଚଳ ବୃଦ୍ଧି ପାଉଛି । ଆଗକୁ ଯେପରି ସହରରେ ବସ୍ତି ସଂଖ୍ୟା ନବଢ଼ିବ, ସେଥିପାଇଁ ସରକାର ସମସ୍ତଙ୍କୁ ବସବାସ ଯୋଗ୍ୟ ଭଡ଼ାଘର ଯୋଗାଇଦେବାକୁ ଏହି ଯୋଜନା ଆଣିଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ସହରାଞ୍ଚଳ) ଅଧୀନରେ ସରକାର ସ୍ୱତନ୍ତ୍ର ଘର ନିର୍ମାଣ କରିବେ ଏବଂ ଏହାକୁ ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ସହରାଞ୍ଚଳରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର 'ରେଣ୍ଟାଲ ହାଉସ' ବା ଭଡ଼ାଘର କଲୋନୀ ତିଆରି କରାଯିବ । ସହରରେ ଖାଲି ପଡ଼ିଥିବା କିମ୍ବା ଅବ୍ୟବହୃତ ଅବସ୍ଥାରେ ଥିବା ଘରଗୁଡ଼ିକୁ ଚିହ୍ନଟ କରାଯିବ ଏବଂ ସେଗୁଡ଼ିକୁ ମଧ୍ୟ କମ୍ ରେଟ୍ ବା ସୁଲଭ ଦରରେ ଭଡ଼ା ସୂତ୍ରରେ ଲୋକଙ୍କୁ ଯୋଗାଇ ଦିଆଯିବ।
ପଢନ୍ତୁ ଏହି ଖବର: ଏଣିକି ଆଉ ମାଲିକ ମନଇଚ୍ଛା ଘର ଭଡ଼ା ବଢ଼ାଇ ପାରିବେ ନାହିଁ, ଜବରଦସ୍ତି ଘର ମଧ୍ୟ ଖାଲି କରାଇ ପାରିବେ ନାହିଁ,ଆସିବ ନୂଆ ଆଇନ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଣିକି କୌଣସି ବି ଘର ଲିଖିତ ଚୁକ୍ତିନାମା ବା ‘ଟେନାନ୍ସି ଏଗ୍ରିମେଣ୍ଟ' ବିନା ଭଡ଼ାରେ ଦିଆଯାଇପାରିବ ନାହିଁ । ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଦୁଇ ମାସ ମଧ୍ୟରେ ଉଭୟ ଘରମାଲିକ ଓ ଭଡ଼ାଟିଆ ଯୁଗ୍ମ ଭାବେ ଏହାର ସୂଚନା ନିର୍ଦ୍ଧାରିତ ଫର୍ମରେ ସ୍ଥାନୀୟ ରେଣ୍ଟ ଅଥରିଟି' ଓ ସେମାନଙ୍କ ଥାନାର ଅଧିକାରୀଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ ।
କୌଣସି ପରିସ୍ଥିତିରେ ବି ଘରମାଲିକ ଭଡ଼ାଟିଆଙ୍କ ପାଣି, ବିଦ୍ୟୁତ, କିମ୍ବା ଗ୍ୟାସ ଭଳି ଅତ୍ୟାବଶ୍ୟକ ସେବା ବନ୍ଦ କରିପାରିବେ ନାହିଁ । ଏହାର ଉଲ୍ଲଂଘନ ହେଲେ ରେଣ୍ଟ ଅଥରିଟି ଦୁଇ ମାସର ଭଡ଼ା ସମାନ କ୍ଷତିପୂରଣ ଭଡ଼ାଟିଆଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି । ମିଛ କିମ୍ବା ହଇରାଣ କରିବା ଉଦ୍ଦେଶ୍ୟରେ ଅଭିଯୋଗ କଲେ ଭଡ଼ାଟିଆଙ୍କୁ ଦୁଇଗୁଣ ଜୋରିମାନା ଦେବାକୁ ମଧ୍ୟ ପଡ଼ିବ । ଘରମାଲିକ କିମ୍ବା ପ୍ରପର୍ଟି ମ୍ୟାନେଜର ଯାଂଚ କିମ୍ବା ମରାମତି ପାଇଁ ଘରକୁ ଯିବା ପୂର୍ବରୁ ଅତିକମରେ ୨୪ ଘଣ୍ଟା ପୂର୍ବରୁ ଲିଖିତ କିମ୍ବା ଡିଜିଟାଲ ନୋଟିସ ଦେବେ ଓ ସୂର୍ଯ୍ୟୋଦୟ ପୂର୍ବରୁ ବା ସୂର୍ଯ୍ୟାସ୍ତ ପରେ ଘର ଭିତରକୁ ପ୍ରବେଶ କରିପାରିବେ ନାହିଁ ।
ନୂଆ ଆଇନରେ ସିକ୍ୟୁରିଟି ଡିପୋଜିଟ୍ ବା ଅଗ୍ରୀମ ଅର୍ଥରାଶିକୁ ନେଇ ସୀମା ନିର୍ଦ୍ଧାରଣ କରାଯାଇଛି, ଯେଉଁଥିରେ ଆବାସିକ ଘର ପାଇଁ ସର୍ବାଧିକ ଦୁଇ ମାସର ଭଡ଼ା ଓ ବ୍ୟବସାୟିକ ଘର ପାଇଁ ସର୍ବାଧିକ ଛଅ ମାସର ଭଡ଼ା ସିକ୍ୟୁରିଟି ଭାବେ ନିଆଯାଇପାରିବ । ଘର ଖାଲି କରିବା ସମୟରେ ବାକିଆ ଦେୟ କାଟିବା ପରେ ଏହି ଅର୍ଥ ତୁରନ୍ତ ଫେରସ୍ତ କରିବାକୁ ପଡ଼ିବ । ଘରଭଡ଼ା ବୃଦ୍ଧି କେବଳ ଚୁକ୍ତିନାମାର ସର୍ତ୍ତ ଅନୁଯାୟୀ ହେବ । ଯଦି ଘରମାଲିକ କିଛି ବଡ଼ ଧରଣର ସଂଶୋଧନ କିମ୍ବା ନିର୍ମାଣ କାର୍ଯ୍ୟ କରନ୍ତି, ତେବେ କାମ ସରିବାର ଏକ ମାସ ପରେ ପରସ୍ପର ସହମତିରେ ଭଡ଼ା ବଢ଼ିପାରିବ ।ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯଥା-ବନ୍ୟା, ବାତ୍ୟା, ଯୁଦ୍ଧ କିମ୍ବା ଭୂମିକମ୍ପ ଯୋଗୁଁ ବାସସ୍ଥାନ ପ୍ରଭାବିତ ହୁଏ, ତେବେ ସେହି ସମୟ ପାଇଁ ଘରମାଲିକ ଭଡ଼ା ମାଗିପାରିବେ ନାହିଁ ଓ ଭଡ଼ାଟିଆଙ୍କୁ ଅତିକମରେ ଏକ ମାସ ପର୍ଯ୍ୟନ୍ତ ସେହି ପୁରୁଣା ସର୍ତ୍ତରେ ରହିବାକୁ ଅନୁମତି ଦେବେ ।

Related Topics
Explore more stories