Videos
|
Odisha

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଅସହାୟଙ୍କୁ ଅଣଦେଖା। ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା।-ମୁମୂର୍ଶୁ ଅବସ୍ଥାରେ ଏକାନ୍ତ ଜୀବନ କାଟୁଛନ୍ତି ସୀମା। ବୌଦ୍ଧ କଣ୍ଟାମାଳ ବ୍ଲକ ଗୁଡ଼ଭେଲିପଦରର ସୀମା । ୬ମାସ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ରୋଗ ଶଯ୍ୟାରେ ପଡିରହିଛନ୍ତି । ନା ଯତ୍ନ ନେବାକୁ କିଏ ପାଖରେ ଅଛି ନା ଚିକିତ୍ସିତ ହେବାକୁ ହାତରେ ଅଛି ପଇସା। ଏଭଳି ପରିସ୍ଥିତିରେ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରିଛନ୍ତି | ହେଲେ ସୀମା ପରି ଅସହାୟ ଲୋକ ଆଜି ବି ସରକାରୀ ସୁବିଧା ରୁ ବଞ୍ଚିତ | ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଲେ ସେ ପୁଣି ପୂର୍ବବସ୍ଥା ଫେରି ପାରିବେ ବୋଲି ଆଶା | ମାତ୍ର ଏପର୍ଯ୍ୟନ୍ତ ସରକାରୀ ସହୟତା ମିଳିନଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ସିମାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଗରିବ ମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି ସତ। ମାତ୍ର ସିମାଙ୍କ ଭଳି ଅନେକ ଅସହାୟଙ୍କ ପାଖରେ ଅପହଞ୍ଚ ସହୟତା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Government assistance not available to eligible beneficiaries | Argus News