ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ହଟୁଛି ସରକାରୀ ବ୍ୟାନର-ହୋର୍ଡିଂ

ଭୁବନେଶ୍ୱର/ବାଲେଶ୍ୱର: ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ ହେବ । ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଗତକାଲି(ମାର୍ଚ୍ଚ 16)ରୁ ଲାଗୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ସମସ୍ତ କାର୍ଯ୍ୟାଳୟ ପରିସରରୁ ହୋର୍ଡିଂ, ଲିଫଲେଟ୍, ପୋଷ୍ଟର ଓ ସରକାରୀ ଯୋଜନାର ବାର୍ତ୍ତା ହଟାଇବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯିବା ପରେ ଏଗୁଡିକୁ ଯୁଦ୍ଧକାଳୀନ ଭିତରେ ହଟାଯାଉଛି । ବର୍ତ୍ତମାନ ରାଜଧାନୀର ଅନେକ ସ୍ଥାନରେ ହୋର୍ଡିଂ ହଟା ଯାଉଥିବାବେଳେ ଆହୁରି ଅନେକ ସ୍ଥାନରେ ଏବେ ବି ଲାଗିଛି ହୋର୍ଡିଂ ।
ସେପଟେ ବାଲେଶ୍ୱରରେ ଅଦର୍ଶ ଆଚରଣ ବିଦ୍ଧି ଲାଗୁହେବା ପରେ ସରକାରୀ ବ୍ୟାନର ଓ ହୋଡିଂକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲି ଦିଆଯାଇଛି । ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସରକାରୀ ଯୋଜନାର ହୋଡିଂ ଓ ମୁଖ୍ୟମନ୍ତ୍ରୀଙ୍କ ଫୋଟ ଚିତ୍ର ଥିବା ବିଭିନ୍ନ ବିଜ୍ଞାପନକୁ ହଟା ଯାଉଥିବ ଦେଖିବାକୁ ମିଳିଛି । ନିର୍ବାଚନୀ ଅଦର୍ଶ ଆଚରଣ ବିଦ୍ଧି ଲାଗୁହେବା ପରେ ବାଲେଶ୍ବର ମ୍ୟୁନିସିପାଲଟି ଏହାକୁ କଡାକଡି ଭାବେ ପାଳନ କରୁଥିବା ଦେଖିବାକୁ ମିଳିଛି ।
ଆହୁରି ପଢନ୍ତୁ ଓଡିଶା ଖବର...