ଶିକ୍ଷାନୁଷ୍ଠାନରେ କେମିତି ଟ୍ରାନ୍ସଜେଣ୍ଡରଙ୍କୁ ମିଳିବ ସୁରକ୍ଷା ? କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ସରକାର
·2 years ago

ଅର୍ଗସ ବ୍ୟୁରୋ: କ୍ୟାମ୍ପସରେ ସରକାରଙ୍କୁ ଟ୍ରାନ୍ସଜେଣ୍ଡରଙ୍କ ସୁରକ୍ଷା ଚିନ୍ତା । ଜାତୀୟ ମାନବାଧିକାର କମିଶନଙ୍କ ଆଦେଶନାମା ପାଳନ କରିବାକୁ ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ କୁଳ ସଚିବ ଓ ଡିଗ୍ରୀ କଲେଜ୍ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚ ଶିକ୍ଷା ବିଭାଗ । କ୍ୟାମ୍ପସରେ ଯେପରି transgender ଶିକ୍ଷାର୍ଥୀ ସମାଲୋଚନା ବା ହିଂସାକାଣ୍ଡର ଶିକାର ନ ହୁଅନ୍ତି ସେଥିପ୍ରତି କର୍ତୃପକ୍ଷ ସଜାଗ ରହିବାକୁ କୁହାଯାଇଛି ।
ସେହିପରି ଯୌନ ଶୋଷଣ, ଭେଦଭାବର ଶିକାର ଯେପରି ନ ହୁଅନ୍ତୁ ସେଥିଲାଗି ମନିଟରିଂ କମିଟି ଗଠନ କରିବାକୁ କୁହାଯାଇଛି । ଅନ୍ୟପଟେ transgender ଶିକ୍ଷାର୍ଥୀଙ୍କ ପାଇଁ କ୍ୟାମ୍ପସରେ unisex toilet ବା ରେଷ୍ଟ ରୁମ୍ ସୁବିଧା ଲାଗୁ କରିବାକୁ କୁହାଯାଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: