Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ 

ଖୋର୍ଦ୍ଧା:  ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଗତକାଲି ବେଗୁନିଆ ତହସିଲ ଅନ୍ତର୍ଗତ ସିକୋ ରାଜସ୍ବ ନିରୀକ୍ଷକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବେଳେ ଆଜି ସକାଳୁ ବୋଲଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ମିଳିଥିବା ସୁଚନାରୁ ପ୍ରକାଶ ଯେ ସାଂସଦ ପାଣ୍ଠି ବିନିଯୋଗରେ ବୋଲଗଡ ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଗବଡ଼ି ଗ୍ରାମରେ ନିର୍ମାଣ ହୋଇଥିବା ଏକ କୋଠାଘର ବିଲ ପାସ କରିବା ପାଇଁ ବ୍ଲକ କନିଷ୍ଠ ଯନ୍ତ୍ରୀ ନୃସିଂହ ଚରଣ ପ୍ରଧାନ 19 ହଜାର ଦୁଇ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଛି  ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ । ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଭିଜିଲାନ୍ସ ଦ୍ୱାରା ଦିଆଯାଇଥିବା ରଙ୍ଗ ବୋଳା ନୋଟ ଜବତ କରିଛି ଭିଜିଲାନ୍ସ । 

ଯନ୍ତ୍ରୀଙ୍କ ବ୍ଲକ ପରିସର ସ୍ଥିତ ସରକାରି କାର୍ଯ୍ୟାଳୟ ଠାରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିଵା ପରେ ତାଙ୍କ ସରକାରୀ କ୍ୱାର୍ଟର ରୁ ନଗଦ 2ଲକ୍ଷ 16ହଜାର 9ଶହ ନଗଦ ଟଙ୍କା ଜବତ କରିବା ସହିତ କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ  ଭିଜିଲାନ୍ସ ଟିମ ନିଜ ହେପାଜତ କୁ ନେଇ ଅଧିକ ତଦନ୍ତ ଜାରି ରଖିଥିବାର ଭିଜିଲାନ୍ସ ପକ୍ଷରୁ ସୁଚନା ମିଳିଛି l ଏହି ଚଢ଼ାଉ ବେଳେ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ ଭିଜିଲାନ୍ସ ଟିମ l ସେହିପରି ଭିଜିଲାନ୍ସ ପକ୍ଷରୁ ଦୁଇଟି ଟିମ ଯନ୍ତ୍ରୀଙ୍କ ଦେବଗଡ଼ ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରଖିଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି । ବୋଲଗଡ ବ୍ଲକରେ ଭିଜିଲାନ୍ସ ଚଢ଼ାଉ ପରେ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government employee in vigilance net | Argus News