Videos
|
Odisha

ଆଜିଠୁ 16 ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବା ମନା

Smruti Parija
Browse all articles by Smruti Parija
·2 years ago·1 min read
ଆଜିଠୁ 16 ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବା ମନା

ଭୁବନେଶ୍ୱର: ମୁଖ୍ୟାଳୟ ଛାଡ଼ିପାରିବେନି ସରକାରୀ କର୍ମଚାରୀ । ଆଜିଠୁ 16 ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବା ମନା । କର୍ମଚାରୀ ମୁଖ୍ୟାଳୟ ଛାଡ଼ି ଯାଇପାରିବେନି କହିଲା ସାଧାରଣ ପ୍ରଶାସନ ବିଭାଗ । ଆବଶ୍ୟକ ପଡ଼ିଲେ ସର୍ଟ ନୋଟିସ୍‌ରେ ଅଫିସ୍‌କୁ ଆସିବାକୁ ପଡ଼ିବ । ଶନି, ରବି ଓ ସୋମବାର ଛୁଟି ପଡୁଥିବାରୁ ଲାଗିଲା କଟକଣା । 

ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି । ଆସନ୍ତା 17ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ଆସନ୍ତା 17 ମୋଦିଙ୍କ ଜନ୍ମଦିନରେ ଜନତା ମଇଦାନରେ `ସୁଭଦ୍ରା'ର ମେଗା ଲଞ୍ଚିଂ । 

କୋଟିଏ ମହିଳାଙ୍କ ଭରସା ଓ ବିଶ୍ବାସ ସାଜିଛି ଗୋଟିଏ ଯୋଜନା ସୁଭଦ୍ରା । ତିନି ଦିନ ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହେବାକୁ ଥିବା ଏହି ଯୋଜନାରେ ସାମିଲ ହେବା ଲାଗି ରାଜଧାନୀ ଭୁବନେଶ୍ବରଠୁ ନେଇ ରାଜ୍ୟର କୋଣ ଅନୁକୋଣରେ ମହିଳା ମାନଙ୍କ ମଧ୍ୟରେ ବଢି ଚାଲିଛି ଉତ୍ସାହ । ଲୋକଙ୍କୁ ଅଧିକ ସଚେତନ କରିବା ଲାଗି ଭୁବନେଶ୍ବରର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆଜିଠୁ ଗଡ଼ିଛି ସୁଭଦ୍ରା ରଥ। ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରୁ ରଥ ଗଡ଼ିଥିବା ବେଳେ ୫୪ ନମ୍ବର ୱାର୍ଡ ଓ ୫୮ ନମ୍ବର ୱାର୍ଡରେ ବିଧାୟକ ବାବୁ ସିଂ ସୁଭଦ୍ରା ସଚେତନ ରଥ ର ଶୁଭାରମ୍ଭ କରିଛନ୍ତି ।

ସୁଭଦ୍ରା ରଥ ଗାଁଠୁ ସହର ଚାରିଆଡେ ବୁଲି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଉପଯୁକ୍ତ ତଥ୍ୟ ପ୍ରଦାନ କରିବ । ହିତାଧିକାରୀମାନେ ଯେପରି ଭ୍ରମିତ ନ ହେବେ ସେଥିଲାଗି ସରକାର ଏହି ବ୍ୟବସ୍ଥା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Government employees are not allowed to leave the headquarters from today till 16 | Argus News