Videos
|
Odisha

O-HUB କେଳେଙ୍କାରୀ ନେଇ ଅର୍ଗସରେ ଖବର ପରେ ଆକ୍ସନ ମୋଡରେ ସରକାର

Ritu Das
Browse all articles by Ritu Das
·2 years ago·2 min read
O-HUB କେଳେଙ୍କାରୀ ନେଇ ଅର୍ଗସରେ ଖବର ପରେ ଆକ୍ସନ ମୋଡରେ ସରକାର

ଅର୍ଗସ ବ୍ୟୁରୋ: MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଚାନକ ଗସ୍ତକୁ ନେଇ ଓ-ହବ କାର୍ଯ୍ୟଳୟର ଅଧିକାରୀ ଓ କର୍ମଚାରୀ ଛାନିଆ। ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପୂର୍ବରୁ କିଏ ଚାକିରିରୁ ଇସ୍ତଫା ଦେଇ ଫେରାର ତ ନିଜ ଉପରେ ଚଡ଼କ ପଡ଼ିବା ପୂର୍ବରୁ କାହକୁ ଉପରିସ୍ଥ ଅଧିକାରୀ କରିଦେଲେଣି ବିଦା। ଓଡ଼ିଶା ଷ୍ଟାର୍ଟ ଅପର ସିନିୟର୍ ମିଶନ ଆସୋସିଏଟ ମଦନ ମୋହନ ମହାପାତ୍ରଙ୍କୁ ଚାକିରୀରୁ ବିଦା କରାଯାଇଥିବା ବେଳେ ନିଜ ଆଡୁ ଇସ୍ତଫା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟଙ୍କ OSD ପବିତ୍ର ମଣ୍ଡଳ। ସର୍ପରାଇଜ ଭିଜିଟରେ ଆସି ମନ୍ତ୍ରୀ ବିଭିନ୍ନ ଅଭିଯୋଗ ଆଧାରରେ ଦସ୍ତାବିଜ। ଦାଖଲପାଇଁ ଦେଇଛନ୍ତି ନିର୍ଦ୍ଦେଶ। ଏଥିସହ ଅଣ ଓଡ଼ିଆ ଅଧିକାରୀଙ୍କୁ ଓଡ଼ଆ ଶିଖିବା ଓ କହିବାକୁ କରିଛନ୍ତି ତାଗିଦ। 

କାର୍ଯ୍ୟାଳୟରେ କିଛି ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମନ୍ତ୍ରୀ। ଦୁଇ ଦିନ ଭିତରେ ସବୁ ଦସ୍ତାବିଜ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି ଚେତାବନୀ। 

350 କୋଟି ଟଙ୍କାର ଆଖିଖୋସି ହେଲା ଭଳି ଓ-ହବ୍ ବିଲ୍ଡିଂରେ  ଓଡିଶାର ଗୋଟିଏ ହେଲେ ବି ଷ୍ଟାର୍ଟ ଅପ୍ କମ୍ପାନୀକୁ ଜାଗା ମଳିନଥିବା ବେଳେ ଏଠାରେ ଅଣ ଓଡ଼ିଆ ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କ ଅଫିସ ଖୋଲାଯାଇଛି। ବାହାର କମ୍ପାନୀଙ୍କୁ ଅନୁକମ୍ପା ଦେଖାଇ ଅଣଓଡ଼ିଆ ଅଧିକାରୀମାନେ କୋଟି କୋଟି ଟଙ୍କାର ମୁନାଫା କମାଉଥିବା ହୋଇଥିଲା ଅଭିଯୋଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ଇଭେଣ୍ଟ ନାଁରେ ନିର୍ଦ୍ଦିଷ୍ଟ କେତେତ ଘରୋଇ କଲେଜକୁ ଅନୁଗୃହିତ କରି ଲକ୍ଷାଧିକ ଟଙ୍କାର କମିଶନି କାରବାର ନେଇ ଅଭିଯୋଗ କରିଥିଲେ ଯୁବ ଉଦ୍ୟୋଗୀ। ଏଥିସହ ବିବାଦ ଘେରକୁ ଆସିଥିଲା ଓ- ହବର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟ। ପୁର୍ବତନ IT ସଚିବ ମନୋଜ୍ ମିଶ୍ରଙ୍କ ଏକାନ୍ତ ଅନୁଗତ ଏହି ଅଣ ଓଡ଼ିଆ ଠିକା ସଚିବଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କଠୁ ବି ଅଧିକ ସୁବିଧା ମିଳିବାକୁ ନେଇ ଉଠିଥିଲା ପ୍ରଶ୍ନ। 

ଓ-ହବର ଅଣଓଡ଼ିଆ ଅଧିକାରୀଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ। ସେମାନଙ୍କ ବିରୋଧରେ ଅନିୟମିତତାର କୌଣସି ପ୍ରମାଣ ମିଳିଲେ ୭ ଦିନ ଭିତର କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏମଏସଏମଇ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Government in | Argus News