Videos
|
Odisha

ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତିଙ୍କୁ ଲୋଡ଼ିଲେନି ସରକାର

Smruti Parija
Browse all articles by Smruti Parija
·2 years ago·1 min read
ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତିଙ୍କୁ ଲୋଡ଼ିଲେନି ସରକାର

ଭୁବନେଶ୍ୱର: ଲୋକାର୍ପିତ ହୋଇଯାଇଛି ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ହେଲେ ପ୍ରକଳ୍ପ ପାଇଁ  ଜମି ଦାନ କରିଥିବା ବ୍ୟକ୍ତିଙ୍କୁ ଲୋଡ଼ିଲେନି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ଜଗନ୍ନାଥଙ୍କ କାମ କହି ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେଲା । ଦେଶ ବିଦେଶରେ ପଟୁଆରରେ ବୁଲିଲା ନିମନ୍ତ୍ରଣ ପତ୍ର । ପୁରୀକୁ ନେତା, ମନ୍ତ୍ରୀଙ୍କ ସୁଅ ଛୁଟିଲା ।  ହେଲେ ଯେଉଁମାନଙ୍କ ତ୍ୟାଗ ପାଇଁ ଏ ପ୍ରକଳ୍ପର ଭିତ୍ତି ପଡ଼ିଲା ସେମାନଙ୍କୁ ଏତେ ବଡ ଆୟୋଜନରେ ଅଂଶଗ୍ରହଣ କରିବାକୁ ଡାକରା ମିଳିଲାନି । ତେବେ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟ ପାଇଁ ଖୁବ୍ ଦୁଃଖ ଓ କ୍ଷୋଭ ବ୍ୟକ୍ତ କରିଛନ୍ତି ବିସ୍ଥାପିତ ।

କାମ ସରିଲା ଆମକୁ ପଚାରିଲେନି । ଆଗରୁ ମନ୍ଦିର ପାଖରେ ଘର ଥିଲା । ଦିନକୁ 2 ରୁ 3 ଥର ମନ୍ଦିର ଯାଉଥିଲୁ । ହେଲେ ଆମକୁ ସେଠାରୁ ଉଠାଇ ଦିଆଗଲା । କୁହାଗଲା ଫଳକରେ ଆମ ନାଁ ରହିବ । ଆମକୁ ପରିଚୟପତ୍ର ମିଳିବ । ହେଲେ ସେସବୁ ତ ମିଳିଲାନି । ବରଂ ଲୋକାର୍ପଣ ଉତ୍ସବରେ ଆମକୁ ନିମନ୍ତ୍ରଣଟିଏ ବି ମିଳିଲାନି ।  ଏ ଥିଲା ବିସ୍ଥାପିତଙ୍କ କଥା ।  

ଏବେ ଏତେ ବଡ ଆୟୋଜନ ଭିତରେ ଗୌଣ ହୋଇଗଲା କି ଏହି ବ୍ୟକ୍ତି ମାନଙ୍କ ତ୍ୟାଗ ଓ ବଳିଦାନ । ଏ ପ୍ରଶ୍ନ ପଚାରୁଛନ୍ତି ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ବିସ୍ଥାପିତ ମାନେ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
government is ignored the person who donated the land for the-parikrama project | Argus News