Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସରକାରଙ୍କ ବଡ଼ ନିର୍ଦ୍ଦେଶ...ଏଣିକି ପ୍ରତିବର୍ଷ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ

Odisha

Morning Schools / ସରକାରଙ୍କ ବଡ଼ ନିର୍ଦ୍ଦେଶ...ଏଣିକି ପ୍ରତିବର୍ଷ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ

Ritu Das
Browse all articles by Ritu Das
·1 month ago·2 min read
ସରକାରଙ୍କ ବଡ଼ ନିର୍ଦ୍ଦେଶ...ଏଣିକି ପ୍ରତିବର୍ଷ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ
India

Key Points

ଏଣିକି ପ୍ରତିବର୍ଷ ଏପ୍ରିଲ ୨ରୁ ଗ୍ରୀଷ୍ମ ଛୁଟି ଯାଏଁ ସକାଳୁଆ ସ୍କୁଲ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି
ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏ ହେବ କ୍ଳାସ
ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ସ୍କୁଲ ସମୟରେ କରାଯାଇଛି ପରିବର୍ତ୍ତନ । ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ସକାଳୁଆ ପାଠପଢ଼ା ହେବ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲ ପାଇଁ ଏହି ନିର୍ଦ୍ଦେଶ ଲାଗୁ କରାଯାଇଛି।
କେବଳ ଏବର୍ଷ ନୁହେଁ, ଏଣିକି ଏଣିକି ପ୍ରତି ବର୍ଷ ଏପ୍ରିଲ୍ ୨ ତାରିଖରୁ ସକାଳୁଆ ପାଠପଢ଼ା ହେବ ବୋଲି କୁହାଯାଇଛି। ଗ୍ରୀଷ୍ମ ଛୁଟି ଯାଏ ସକାଳୁଆ ସ୍କୁଲ ହେବ। ଏ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ବିଭାଗର ଚିଠି ଅନୁଯାୟୀ, ଏପ୍ରିଲ୍ ୨ ତାରିଖରୁ ଗ୍ରୀଷ୍ମ ଗ୍ରୀଷ୍ମ ଛୁଟି ଯିଏ ସକାଳୁଆ ସ୍କୁଲରେ ପାଠପ ପଢ଼ା ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରଖି ପିଲାଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇ ଦେବାକୁ କୁହାଯାଇଛି।

ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶ ଜାରି ହୋଇଛି । ଗଣଶିକ୍ଷା ସଚିବ ଏନ୍‌ ତିରୁମାଳା ନାଏକ ଏହି ସୂଚନା ଦେଇଛନ୍ତି । ତେବେ ବିଦ୍ୟାଳୟରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି ।
ତେବେ ଗ୍ରୀଷ୍ମ ଛୁଟି ପରେ, ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍କୁଲ ସମୟ ସ୍ୱାଭାବିକ ଭାବରେ ଜାରି ରହିବ। ସେପଟେ ସକାଳୁଆ ସ୍କୁଲ ହେଲେବି ଏହି ସମୟରେ ସ୍କୁଲ ପରିଚାଳନା ପାଇଁ ବିଭାଗ ପକ୍ଷରୁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।

ଏହାସହ ପଢ଼ନ୍ତୁ: ଖରାବର୍ଷାର ଲୁଚକାଳି ଖେଳ !ସତର୍କ ରୁହନ୍ତୁ ଏହିସବୁ ଜିଲ୍ଲା

କ’ଣ ରହିଛି ଗାଇଡଲାଇନ ?
ପାନୀୟ ଜଳର ଉପଲବ୍ଧତା ରଖିବା ସୁନିଶ୍ଚିତ କରିବା । ଆବଶ୍ୟକ ସ୍ଥଳେ, ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସ୍କୁଲ କ୍ୟାମ୍ପସ ଭିତରେ ଥିବା ନଳକୂପଗୁଡ଼ିକୁ ମରାମତି କରାଯିବ । ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ପାଣି ଘଣ୍ଟି ସହିତ ପାନୀୟ ଜଳ ବିରତି ରହିବ । ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ରଖିବା ଆବଶ୍ୟକ ଏବଂ ଆବଶ୍ୟକ କରୁଥିବା ଛାତ୍ର/କର୍ମଚାରୀଙ୍କୁ ଯୋଗାଇ ଦିଆଯିବା ଆବଶ୍ୟକ । ଛାତ୍ରମାନେ ଯେପରି ଗରମ ପ୍ରବାହର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବାହ୍ୟ କାର୍ଯ୍ୟକଳାପକୁ ସୀମିତ କରାଯିବ । ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ଯିବା ସମୟରେ ପାଣି ବୋତଲସହ ପଠାଇବେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Government big decision morning schools from April 2 new rule affects students timings heat safety academic schedule changes | Argus News