Odisha Weather / ଖରାବର୍ଷାର ଲୁଚକାଳି ଖେଳ !ସତର୍କ ରୁହନ୍ତୁ ଏହିସବୁ ଜିଲ୍ଲା
·5 months ago·2 min read

Key Points
ରାଜ୍ୟରେ ଖରାବର୍ଷାର ଲୁଚକାଳି ଖେଳ
କେଉଁଠି ବର୍ଷା ତ କେଉଁଠି ଖରା
ଆସନ୍ତାକାଲି କେମିତି ରହିବ ପାଗ ?
କେଉଁଠି ବର୍ଷା ତ କେଉଁଠି ଖରା
ଆସନ୍ତାକାଲି କେମିତି ରହିବ ପାଗ ?
ରାଜ୍ୟରେ ଲୁଚକାଳି ଖେଳୁଛି ଖରା ବର୍ଷା । ରାଜ୍ୟରେ ପାଣିପାଗର ଦୁଇଟି ରୂପ ଦେଖିବାକୁ ମିଳୁଛି । ଦିନରେ ପ୍ରବଳ ଖରା ହେଉଥିବାବେଳେ ରାତିରେ ହେଉଛି ବର୍ଷା । ସେପଟେ କିଛି ସ୍ଥାନରେ ଖରା ଓ ଅନ୍ୟ କିଛି ସ୍ଥାନରେ ବର୍ଷା ହେଉଛି । ଆସନ୍ତାକାଲି ପାଇଁ ଭୁବନେଶ୍ଵର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଭୀଷଣ ବର୍ଷା ସହ ଗୁଳୁଗୁଳି ଏବଂ ଅସହ୍ୟ ଗରମ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।
ପଢନ୍ତୁ ଏହି ଖବର: ପରିବେଶ ପାଇଁ ବିପଦ AI; ଡାଟା ସେଣ୍ଟର ଉତ୍ତାପ ଯୋଗୁଁ ୩୪ କୋଟି ଲୋକ ପ୍ରଭାବିତ
- ପ୍ରବଳ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ
- ଏଇଠି ହେବ ବର୍ଷା ପବନ
ପଢନ୍ତୁ ଏହି ଖବର: ପରିବେଶ ପାଇଁ ବିପଦ AI; ଡାଟା ସେଣ୍ଟର ଉତ୍ତାପ ଯୋଗୁଁ ୩୪ କୋଟି ଲୋକ ପ୍ରଭାବିତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଆମେ ଯଦି ଗତ ୨୪ ଘଣ୍ଟାରେ ତାପମାତ୍ରା କଥା ଦେଖିବା, ତେବେ ଓଡ଼ିଶାର ସର୍ବାଧିକ ତାପମାତ୍ରା ଟିଟିଲାଗଡରେ ୩୯.୫ ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୮.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜ୍ୟର ୭ଟି ସ୍ଥାନରେ ୩୮ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ଵରରେ ୩୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ କଟକରେ ୩୬.୪ ଡିଗ୍ରୀ ଏବଂ ପୁରୀରେ ୩୩.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
Related Topics
Explore more stories