Videos
|
Odisha

ରାସ୍ତା ସମସ୍ୟା ପାଇଁ ଅଧାରେ ଅଟକିଯାଇଛି ସରକାରୀ ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାସ୍ତା ସମସ୍ୟା ପାଇଁ ଅଧାରେ ଅଟକିଯାଇଛି ସରକାରୀ ଯୋଜନା

ଅର୍ଗସ ବ୍ୟୁରୋ:  ପୁଣି ସାମ୍ନାକୁ ଆସିଲା ଦୁର୍ଗମରେ ଦୁର୍ଦସାର ଚିତ୍ର। ଶିକ୍ଷା,ସ୍ବାସ୍ଥ୍ୟ,ବିଜୁଳି, ପାନୀୟ ଜଳ ସମାସ୍ୟ ରେ ପଡି ରହିଛନ୍ତି ଉପାନ୍ତଵାସି । ଏ ହେଉଛି କଳାହାଣ୍ତି ଜିଲ୍ଲା ଳାଞ୍ଜିଗଡ ବ୍ଳକ ଅନ୍ତର୍ଗତ ଭଟାଙ୍ଗପଦର ପଞ୍ଚାୟତ ର ଅକ୍ରାସାଲ ଗାଁ ର ଦୃଶ୍ୟ। ପାହାଡ ଜଙ୍ଗଲ ଘେରା ଏହି ଗାଁ ସ୍ବଧିନତାର ୭୮ ଵର୍ଷ ଵିତିଯାଇଥିଲେ ମଧ୍ୟ ଆଜି ଵି  ଅଭିଷପ୍ତ ଜୀଵନ କାଟୁଛନ୍ତି  ଅଞ୍ଚଳଵାସୀ। ଗାଁରେ ଵସଵାସ କରନ୍ତି ୧୫ଟି ଆଦିବାସୀ ପରିଵାର। ମାତ୍ର ଦୁଖର ବିସୟ ଆଜିଯାଏ ସରକାରୀ ଯୋଜାନ ଏଠାରେ ଅପହଞ୍ଚ।  ଯୋଜନା କଣ ଏହି ଗରିବ ପରିବାରଙ୍କ ପାଖରେ ଗଣ୍ଡିଏ ଖାଇବା ପାଇଁ ବି ସଂଗ୍ରମ କରିବାକୁ ପଡୁଛି। କେତେବେଳେ ଜଙ୍ଗଲି ଖାଇବା ପେଟର ଭୋକ ମେଣ୍ଟାଉଛି ତ କେତେବେଳେ ବାଉଁସ କରଡି।

ଅକ୍ରାସାଲ କୁ ଯିବାକୁ ହେଲେ ମାଟି ଚଲା ରାସ୍ତାହିଁ ଭରସା। କଦୁଅ ପଚପଚ ଜଙ୍ଗଲ ରାସ୍ତାରେ କିଛି ବାଟ ଗଲା ପରେ ପଡେ ଗାଁ।  ଗାଁ ବି ଏମିତି ଯେଉଁଠି ବିକାଶ ପାଦ ପକାଇନି। ଚାଳ ଛପରର ଝାଟିମାଟି ଘରେ ଏଠି ସରକାରୀ ସହାୟତା ଅପେକ୍ଷାରେ ଅକ୍ରାସାଲବାସୀ। ବସୁଧା ଯୋଜନା କଣ ଯାଣନ୍ତିନି ଗ୍ରାମବାସୀ। ଆଜିବି ଝରଣାର ଝର ପାଣି ଏମାନଙ୍କ ପାଇଁ ବସୁଧା। ଏଥିପାଇଁବି ମାଇଲମାଇଲ ବାଟ ଚାଲିବାକୁ ପଡେ।

୫ ଜି ଯୁଗରେ ଵିଜୁଳି ଆଲୁଅ ଦେଖିଵା ଅକ୍ରାସାଲଵାସୀଙ୍କ ପାଇଁ ସାଜିଛି ସାତ ସପନ। ସଧ୍ୟା ହେଲେ ଜଙ୍ଗଲି ଜନ୍ତୁ ଭୟ ଏମାନଙ୍କୁ ଘାରିଥାଏ।  ରାସ୍ତା ନଥିବାରୁ ଶିକ୍ଷା ସ୍ବାସ୍ଥ୍ୟ ଭଳି ମୌଳିକ ସମସ୍ୟା ଆଜିବି ଏମାନଙ୍କ ଠାରୁ ବହୁ ଦୁରରେ। କଥ ଦେଇ ଠକି ଦେଇଛନ୍ତି ପୂର୍ଵ ଵିଜେଡି ସରକାରର । ନାହିଁ ନାହିଁରେ ଆଜି ଵି ଅଭିଷପ୍ତ ଜୀଵନ କାଟୁଛନ୍ତି ଏଠାକା ଲୋକେ  । ୫ ଟି ସରାକାରଙ୍କ ଉନ୍ନତି ମିଛ ପ୍ରହସନ ଏମାନଙ୍କ ପାଇଁ ପାଲଟିଛି ପ୍ରତାରଣା। ଏ ଚିତ୍ର ବଖାଣୁଛି ପ୍ରତିଶ୍ରୁତିର ସରକାରଙ୍କ ବାସ୍ତବ ସତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Government plan for road problem has stopped halfway | Argus News