Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୌଳିକ ସୁବିଧାରୁ ବଞ୍ଚିତ ଡିଗୀପଦର ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମୌଳିକ ସୁବିଧାରୁ ବଞ୍ଚିତ ଡିଗୀପଦର ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ସ୍ଵାଧୀନତାର 75 ବର୍ଷ ବିତିଯାଇଥିଲେ ମଧ୍ୟ ଅନେକ ଅସୁବିଧାରେ ଦିନ କାଟୁଛନ୍ତି ଆଠମଲ୍ଲିକ ବ୍ଲକ ମାଧପୁର ଗ୍ରାମପଂଚାୟତ ଡିଗୀପଦର ଗ୍ରାମର ଅଧିବାସୀ  । ଏହି ଗ୍ରାମରେ ପ୍ରାୟ 50ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଅନେକ ଅସୁବିଧାରେ ଦିନ କାଟୁଛନ୍ତି ଏହି ଗ୍ରାମବାସୀ I ଗ୍ରାମକୁ ନିତିଦିନିଆ ଯିବା ଆସିବା ପାଇଁ ଭଲ ରାସ୍ତାର ବ୍ୟବସ୍ଥା ନଥିବା ବେଳେ ଅନେକ ଅସୁବିଧାରେ କାଳାତିପାତ କରୁଛନ୍ତି ଗ୍ରାମବାସୀ I ଏହି ଗ୍ରାମର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇ ଦେବାରେ ସରକାର କୌଣସି ସୁବିଧା କରୁନଥିବା ବେଳେ ଗ୍ରାମରେ ଥିବା ନଳକୂପରୁ ଫ୍ଲୋରାଇଡ ଯୁକ୍ତ ପାଣି ପିଇ ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ I ତେବେ ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଯାହାକୁ ଗୁହାରି କଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁନାହାନ୍ତି I 

ଏହି ଗ୍ରାମରେ ସରକାରଙ୍କ ତରଫରୁ ପ୍ରାୟ 4 ବର୍ଷ ପୂର୍ବରୁ ଗ୍ରାମରେ ଲୋକଙ୍କ ସୁବିଧା ପାଇଁ ଏକ ପାଣି ଟାଙ୍କିର ବ୍ୟବସ୍ଥା କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ନିର୍ମାଣ ହୋଇଥିବା ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିଟି ଅଧାପନ୍ତରିଆ ହୋଇ ପଡିରହିଛି I ତେବେ ଏନେଇ ଗ୍ରାମବାସୀ ସରକାରଙ୍କ ଯେତେ ଅନୁରୋଧ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇ ପାରିଲା ନାହିଁ I

ବିକାଶର ଡିଣ୍ଡିମ ପିଟୁଥିବା ଦୀର୍ଘ ସ୍ଥାୟୀ ସରକାର ବାରମ୍ବାର ଗ୍ରାମବାସୀଙ୍କୁ ପ୍ରତାରଣା କରୁଥିବା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ Iସରକାରଙ୍କ ମାଳମାଳ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ସାତ ସପନ I ତେବେ ଦେଖିବାକୁ ବାକି ରହିଲା ଡିଗିପଦର ଗ୍ରାମର ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇ ଦେବାରେ ସରକାରଙ୍କ କେବେ ଦୃଷ୍ଟି ଦେବେ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
government sceheme failed in the villagers of Digipada | Argus News