Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ଗମର ଅପହଞ୍ଚ ଇଲାକା ଗଡ଼ବା

Odisha

ଦୁର୍ଗମର ଅପହଞ୍ଚ ଇଲାକା ଗଡ଼ବା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁର୍ଗମର ଅପହଞ୍ଚ ଇଲାକା ଗଡ଼ବା

ଅର୍ଗସ ବ୍ୟୁରୋ:  ଦୁର୍ଗମର ଅପହଞ୍ଚ ଇଲାକା ଗଡ଼ବା। ନା ପହଞ୍ଚିଛି ବିକାଶ ନା ପହଞ୍ଚିଛି ଯୋଜନା। ଜଙ୍ଗଲ ପାହାଡ଼ ମଧ୍ୟରେ ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି ଅଞ୍ଚଳବାସୀ। ରାୟଗଡା ସଦର ବ୍ଲକ ତାଡ଼ମା ପଞ୍ଚlୟତର ଗଡବା ଗାଁର ଦୃଶ୍ୟ। ଗାଁକୁ ସଂଯୋଗ ପାଇଁ ଆଜି ଯାଏଁ ପକ୍କା ରାସ୍ତା ଟିଏ ହେଇ ପାରିଲାନି। ଜଙ୍ଗଲ ମଧ୍ୟରେ ଖାଲ ଢିପ ରାସ୍ତା ଦେଇ ଆତଯାତ କରୁଛନ୍ତି ଅଞ୍ଚଳବାସୀ। ଗାଁ କୁ ଦେଖିଲେ ସ୍ପଷ୍ଟ ହେଉଛି ବିକାଶର ମାନଦଣ୍ଡ। ୪୦ ପରିବାର ରହୁଥିବା ଏହି ଗାଁରେ ଆଜିବି ଆବାସ ଦିଗହରା। ଝାଟିମାଟିର ଚାଳ ଘରେ ରହି ଆବାଶ ଅପେକ୍ଷାରେ  ଗଡ଼ବାବାସୀ।

ଗାଁରେ ନାଅଛି ଅଙ୍ଗନବାଡ଼ି କେନ୍ଦ୍ର ଗୃହ, ନା ପଞ୍ଚlୟତ ପକ୍ଷରୁ ଗାଁ ଦାଣ୍ଡରେ ଲାଗିଛି ଷ୍ଟ୍ରିଟ ଲାଇଟ,ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା । ପାଣି ପାଇଁ ହନ୍ତସସ୍ତ ହେଉଛନ୍ତି ଅଞ୍ଚଳବାସୀ। ଏପଟେ ବିଭାଗ ପାଖରୁ ଗାଁରେ ବସୁଧା ଯୋଜନାର ବଡ଼ବଡ଼ ପୋଷ୍ଟର ଲଗାଯାଇ ଗାଁ ଦାଣ୍ଡ ସାରା ମାଳ ମାଳ ଟ୍ୟାପ କନେକ୍ସନ ଲଗା ଯାଇଛି। କିନ୍ତୁ ସେଥିରେ ପାଣି ବାହାରୁନି। ଗାଁର ସମସ୍ୟ ନେଇ ଗ୍ରାମବାସୀ ଅନେକବାର ବିଡ଼ିଓ ଏବଂ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ସୁନ। ଉପାନ୍ତ ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ମାଳମାଳ ଯୋଜନା। ମାତ୍ର ଫଳକରେ ସିମିତ ୨୫ ବର୍ଷର ସରକାରଙ୍କ ଯୋଜନା। ଫଳକ ମରା ହୋଇଛି। ପ୍ରକଳ୍ପ କାମ ଆରମ୍ଭ ହୋଇଛି। ହେଲେ ଏହାର ଲାଭପାଉ ନାହାନ୍ତି ଉପାନ୍ତବାସୀ।ସରକାରୀ ଯୋଜନା ଏମାନଙ୍କ ପାଇଁ ପାଲଟିଛି ପ୍ରହସନ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government scheme failed in dugama | Argus News