Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏବେ ବି ଦୁର୍ଗମରେ ବିକାଶ ଅପହଞ୍ଚ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଏବେ ବି ଦୁର୍ଗମରେ ବିକାଶ ଅପହଞ୍ଚ...

ଅର୍ଗସ ବ୍ୟୁରୋ:  ଦୁର୍ଗମ ଇଲାକାରେ ବସବାସ କରୁଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ଅପହଞ୍ଚ । ଦୁର୍ଗମ ପାହାଡ଼ ପର୍ବତ ଘେରରେ ଥିବା  ମୂତାଚୁଆଁକୁ ଯିବାକୁ ହେଲେ ଏଇ କଚ୍ଚା ରାସ୍ତା ଭରସା। ରୋଗ ହେଉ ବା ସାଧାରଣ ଲୋକ ସମସ୍ତଙ୍କ ପାଇଁ ସେହି ଭରସା । ଏପରିକି ପିଇବା ପାଣି ପାଇଁ ଆଦିବାସୀଙ୍କୁ ପ୍ରତିଦିନ ସଗ୍ରାମ କରିବାକୁ ପଡୁଛି। ଗାଁରେ ୩ ନଳକୂପ ଅଛି ସେଥିରୁ କମ ପାଣି ବାହାରୁଛି ଫଳରେ ପାଣି ଟିକକ ପାଇଁ ହଇରାଣର ଶିକାର ହେଉଛନ୍ତି ଗ୍ରାମବାସୀ।

କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଓ ମାଓପ୍ରବଣ ଥୁଆମୁଲ୍ ରାମପୁର ବ୍ଲକ୍ କାର୍ଯ୍ୟାଳୟରୁ ୬ କିଲୋମିଟର ଦୂରରେ ଅବସ୍ଥିତ ମୂତାଚୁଆଁ ଗାଁ।  ଯେଉଁଠାରେ ରାସ୍ତାଘାଟ ଓ ପିଇବା ପାଣି ପାଇଁ ଏହି ଅବ୍ୟବସ୍ଥା ସେଠାରେ ସ୍ବାସ୍ଥ୍ୟ ଓ ଶିକ୍ଷାର ଅବସ୍ଥା ମଧ୍ୟ ନକହିବା ଭଲ  ।  ଗାଁରେ ପ୍ରାଥମିକ ବିଦ୍ୟାଳୟ ରହିଛି। ଯାହାର ଯାହାର ଅବସ୍ଥା ଖରାପ। ଶିକ୍ଷକ କେବେ ଆସିଲେ କେବେ ନାହିଁ। ଏମିତିକି ସପ୍ତାହକୁ ୩ ଦିନ ପାଠ ପଢା ହେଉଥିବା ଅଭିଯୋଗ କରିଛନ୍ତି ଲୋକେ। ବିକାଶର କଥା କହୁଥିବା ରାଜ୍ୟ ସରକାରଙ୍କ ନଜର କେବେ ପଡ଼ିବ ଏହି ଗାଁ ଉପରେ? ଏମିତି ଦୁର୍ଦ୍ଦିନରେ ଆଉ କେତେ ଦିନ ବସବାସ କରିବେ ମୂତାଚୁଆଁବାସି?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government scheme failed in kalahandi | Argus News