Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଠି ସରକାରୀ ସହାୟତାକୁ ମନା, ହନ୍ତସନ୍ତ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଏଠି ସରକାରୀ ସହାୟତାକୁ ମନା, ହନ୍ତସନ୍ତ ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ମାଆକୁ ସମ୍ମାନ ଗାଁ କୁ ରାସ୍ତା ବୋଲି ରାଜ୍ୟ ସରକାରଙ୍କ ଯୋଜନା ଖାଲି ଖାଲି ଭାଷଣବାଜି ରେ ରହିଯାଉଛି। ଆମେ କହୁଛୁ କୋରାପୁଟ ଦଶମନ୍ତପୁର ବ୍ଲକ୍ ମୂର୍କାର ପଞ୍ଚାୟତର ଏହି ଗାଁ ସ୍ଵାଧୀନତା ୭ ଦଶନ୍ଧିରେ ପରେ ମଧ୍ୟ ଗ୍ରାମକୁ ଉତ୍ତମ ଗମନା ଗମନ ପାଇଁ  ପକା ରାସ୍ତା ଖଣ୍ଡେ ନାହିଁ । ଯାହା ଫଳରେ ଏହି ଗାଁ ଲୋକେ ଯାତାୟାତ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  କନିଆ ଝୋଲାରେ କୌଣସି ଲୋକ ରୋଗ ଜ୍ବର କିମ୍ବା ଗର୍ଭବତି ପଡିତା ହେଲେ ତାଙ୍କୁ ୫ କିଲୋମିଟର ଦୂରକୁ ଏକ ଖଟ ସାହାଯ୍ୟରେ ବହି ନେଇ ବିରୀଗୁଡ଼ା ପହଞ୍ଚାଇଥାଏ ।

ଗ୍ରାମବାସୀ ଗତ ପୂର୍ବେ ନିର୍ବାଚନ କୋରାପୁଟ ଜିଲ୍ଲାପାଳ ପାଖକୁ ଯାଇ ଲିଖିତ ଆକାରରେ ଅଭିଯୋଗ ସୁଦ୍ଧା ଆଜି ପର୍ଯ୍ୟନ୍ତ ଖଣ୍ଡେ ରାସ୍ତା ହୋଇପାରିଲା ନାହିଁ ବୋଲି ଅଭିଯୋଗ କରୁଛନ୍ତି । ସେଥିପାଇଁ ଗ୍ରାମବାସୀ ନିଷ୍ପତି ନେଇଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନ ରହୁଥିବାରୁ ପ୍ରଥମେ ରାସ୍ତା କର ପରେ ଭୋଟ ଦେବୁ ବୋଲି ଦାବି କରିବୁ ବୋଲି ଗ୍ରାମବାସୀ ପ୍ରତିକ୍ରିୟା ରଖିଛନ୍ତି  । ତେବେ ଏ ନେଇ ଆମେ ଦଶମନ୍ତପୁର ବ୍ଲକ ବିଡ଼ିଓଙ୍କୁ ଯୋଗାଯୋଗ କରୁଥିଲେ ସୁଦ୍ଧା ଯୋଗାଯୋଗ ହୋଇ ପାରିଲା ନାହିଁ ତେବେ ଏହି ଗାଁକୁ କେବେ ପକା ରାସ୍ତା ମିଳିବ ତାହା ଦେଖିବାକୁ ବାକି ରଖିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government scheme failed in koraput | Argus News