Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପ୍ରଚାର ପ୍ରସାରରେ ସୀମିତ ଭୀମଭୋଇ ଭିନ୍ନକ୍ଷମ ସମର୍ଥ ଶିବିର

Odisha

ପ୍ରଚାର ପ୍ରସାରରେ ସୀମିତ ଭୀମଭୋଇ ଭିନ୍ନକ୍ଷମ ସମର୍ଥ ଶିବିର

Banajyotshna Ray
Browse all articles by Banajyotshna Ray
·2 years ago·2 min read
ପ୍ରଚାର ପ୍ରସାରରେ ସୀମିତ ଭୀମଭୋଇ ଭିନ୍ନକ୍ଷମ ସମର୍ଥ ଶିବିର

ଅର୍ଗସ ବ୍ୟୁରୋ: ଭିନ୍ନକ୍ଷମ ଅତି ସହଜ ଏବଂ ସୁବିଧାରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ସହ ସରକାରଙ୍କ ଯୋଜନା ଓ ସୁବିଧା ସୁଯୋଗ ପାଇବା ଲକ୍ଷ୍ୟ ନେଇ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଭୀମଭୋଇ ଭିନ୍ନକ୍ଷମ ସମର୍ଥ ଶିବିର ଅନୁଷ୍ଠିତ ହୋଇଥିଲା। ଯାହାର ପରିଚାଳନା ଦାଇତ୍ୱ ତୁଲାଇଥିଲେ ବିଏସଏସଓ ଅର୍ଥାତ୍ ବ୍ଲକ ସମ୍ପ୍ରସାରଣ ଅଧିକାରୀ । କିନ୍ତୁ ଦେଖନ୍ତୁ କିପରି ଭିନ୍ନକ୍ଷମ ଭାଇ ଭଉଣୀ  ହଇରାଣ ହେଉଛନ୍ତି। କେଉଁଠି ପଞ୍ଜିକରଣ କରିବେ, କେଉଁଠି ଡାକ୍ତର ଅଛନ୍ତି , ଖୋଜି ପାଉନାହାଁନ୍ତି। କାର୍ଯ୍ୟାଳୟ ଫାଟକ ସମ୍ମୁଖରୁ ବହୁ କଷ୍ଟରେ ଶିବିର ପାଖକୁ ଆସୁଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ନାହିଁ। ଡ଼ାକ୍ତର ମାନଙ୍କ ବ୍ୟବହାରରେ ବି ଅସନ୍ତୋଷ ଦେଖା ଦେଇଥିଲା ।

କିଛିବର୍ଷ ପୂର୍ବେ ଯେଉଁ ଶିବିର ଆୟୋଜନ ହୋଇଥିଲା ସେଥିରେ ମଧ୍ୟ ଅବ୍ୟବସ୍ଥା ଦେଖାଦେଇଥିଲା । ସେତେବେଳେ ବି ଶିବିରକୁ ବହୁ ଭିନ୍ନକ୍ଷମ ଆସିଥିଲେ, ପଞ୍ଜିକରଣ ମଧ୍ୟ ହୋଇଥିଲା କିନ୍ତୁ ବହୁ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର କିମ୍ଵା ବସ୍ ପାସ୍ ମିଳି ନଥିଲା । କେତେ ଭିନ୍ନକ୍ଷମ ପଞ୍ଜିକରଣ କରିଥଲେ, କେଉଁ ବିଭାଗରେ କେତେ ଓ କେତେଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଛି, ତାହାର ତଥ୍ଯ ବି ବ୍ଲକ ପ୍ରଶାସନ ପାଖରେ ନାହିଁ। ଏବେ ଦେଖନ୍ତୁ ଏହିସବୁ ଷ୍ଟଲକୁ ଏ କୌଣସି ଖାଦ୍ୟ ମେଳା କିମ୍ବା କୌଣସି ମେଳାର ଷ୍ଟଲ୍ ଚିତ୍ର ନୁହେଁ।

ଏ ହେଉଛି ଭୀମଭୋଇ ଭିନ୍ନକ୍ଷମ ସମର୍ଥ ଶିବିରର ଚିତ୍ର । ବ୍ଲକ ପ୍ରଶାସନ ଶାସକ ଦଳର ଇଙ୍ଗିତରେ ଓ ମିଶନ ଶକ୍ତି ମହିଳାଙ୍କ ମନକୁ ରଖିବା ପାଇଁ ଖାଦ୍ୟ ପ୍ରସ୍ତୁତ ସାମଗ୍ରୀର ଷ୍ଟଲ୍ ଲଗାଇଛନ୍ତି।  ସରକାର ଯେଉଁ ଯୋଜନା ଭିନ୍ନକ୍ଷମଙ୍କ ପାଇଁ କରିଛନ୍ତି ତାହାର ଷ୍ଟଲ ଲାଗିଥିଲେ ବରଂ ଏମାନଙ୍କ ପାଇଁ କିଛି ଉପକାରରେ ଆସି ପାରିଥାନ୍ତା । ତେବେ କେବେ ଭିନ୍ନକ୍ଷମ ଭାଇ ଭଉଣୀଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର କିମ୍ଵା ବସ୍ ପାସ୍ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Painting
Sponsored
government scheme failed in mayurbhanj | Argus News