Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ

ଅର୍ଗସ ବ୍ୟୁରୋ:  ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ବଡ଼ଦେଉଳି ପଞ୍ଚାୟତର ବଡ଼ଦେଉଳି ଗ୍ରାମର। ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ, ବର୍ଷାଦିନରେ ଗ୍ରାମକୁ ଯାତାୟାତ ପୁରା ଠପ୍ । ଏପଟେ ପାନୀୟ ଜଳର ଘୋର ଅଭାବ । ମହିଳା ମାନେ ଗାଧୋଇବା ଓ ଶୌଚ ହେବା ପାଇଁ ଗାଁ ମୁଣ୍ଡ ପୋଖରୀ ଉପରେ ନିର୍ଭର କରିଆସୁଥିଲେ।ହେଲେ ପୋଖରୀଟି ଦିନକୁ ଦିନ ଆବର୍ଜନା ରେ ଭର୍ତ୍ତି ହେଉଛି। ଏ ବାବଦରେ ପଞ୍ଚାୟତଠୁ ଆରମ୍ବ କରି  ବିଡ଼ିଓଙ୍କୁ ନେହୁରା ହେବା ପରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 2022/23 ମସିହା ରେ 9 ଲକ୍ଷ ଟଙ୍କାରେ ପୋଖରୀ କୁ ପୁନରୁଦ୍ଧାର କରାଯିବାର ଯୋଜନା କରାଗଲା। କିନ୍ତୁ ଦୀର୍ଘ ତିନି ବର୍ଷ ହେବ କୌଣସି କାର୍ଯ୍ୟ ନହବା ଏବଂ ଏହି ବଡ଼ଦେଉଳି ଗ୍ରାମକୁ କୌଣସି ପ୍ରଶାସନିକ ଅଧିକାରୀ ନଆସିବା କାରଣରୁ ବାଧ୍ୟ୍ୟ ହୋଇ ଭୋଟ ବର୍ଜନ ର ନିଷ୍ପତି ନେଇଛନ୍ତି ଗ୍ରାମବାସୀ।

ଗ୍ରାମରେ ପାନୀୟ ଜଳ ସମସ୍ୟା କୁ ଦେଖି ବ୍ଲକ ତରଫରୁ RWSS ମାଧ୍ୟମରେ ବସୁଧା ଯୋଜନାରେ  ଦୁଇ ବର୍ଷ ତଳେ ନିର୍ମାଣ ହୋଇ  ଘରକୁ ଘର ପାଇପ ଲାଇନ ମାଧ୍ୟମ ରେ ଷ୍ଟାଣ୍ଡ ପୋଷ୍ଟ ଯୋଗାଯାଇଛି। ହେଲେ ସେଥିରୁ ଠିକ ସେ ପାନୀୟ ଜଳ ବାହାରୁନି । କିଛି ମାସ ତଳେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଙ୍କୁ ଗ୍ରାମର ମହିଳା ମାନେ ଦେଖାକରି ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁର୍ଦାବାଦ ସ୍ଲୋଗାନ ଦେଇ ଗ୍ରାମର ମୁଖ୍ୟ ରାସ୍ତା କୁ ବାଉଁଶ ବାନ୍ଧି ବନ୍ଦ କରିଛନ୍ତି।  ଗ୍ରାମକୁ କୌଣସି ନେତା କିମ୍ବା  ମନ୍ତ୍ରୀ ଙ୍କୁ ପୁରାଇ ନଦେବା ସହ ଭୋଟ ବର୍ଜନର ନିଷ୍ପତି ନେଇଛନ୍ତି ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government scheme failed in mayurbhanj | Argus News