Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିକାଶ ଏହି ଗାଁ ପାଇଁ ବାଟବଣା...

Odisha

ବିକାଶ ଏହି ଗାଁ ପାଇଁ ବାଟବଣା...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିକାଶ ଏହି ଗାଁ ପାଇଁ  ବାଟବଣା...

ଅର୍ଗସ ବ୍ୟୁରୋ: ରାସ୍ତା ନାହିଁ କି ବିକାଶ ନାହିଁ । ପାଦଚଲା ରାସ୍ତା ଭରସାରେ ଏଯାଏ ବିତୁଛି ଜୀବନ । ରାସ୍ତା ନଥିବାରୁ ଗାଁକୁ ଗଡ଼ିନି ବିକାଶର ଗାଡ଼ି । ଆଜି ବି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଞ୍ଚାୟତର କାଦୋପାଣି ଗ୍ରାମବାସୀ । ଚନ୍ଦାହାଣ୍ଡି ବ୍ଲକ ସଦରଠାରୁ  ୨୫ କିଲୋମିଟର ଦୂରରେ ରହିଥିବା ଥିବା ବେଳେ ୧୫ ପରିବାର ର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । ଦୀର୍ଘ ୫୦ ବର୍ଷରୁ ଅଧିକ ଦିନ ହେବ ମୌଳିକ ସୁଵିଧାରୁ ବଞ୍ଚିତ ଗ୍ରାମବାସୀ । କେବଳ ରାସ୍ତା ନୁହେଁ ଶିକ୍ଷାର ଆଲୁଅ ଆଜି ବି ଅଞ୍ଚଳବାସୀଙ୍କୁ ଛୁଇଁ ପାରିନାହିଁ ।

ପିଇବା ପାଣି ସମସ୍ୟା ଲୋକଙ୍କ ପିଛା ଛାଡୁନି । ବିଶେଷ କରି ଖରାଦିନେ ପାଣି ଅଭାବରୁ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ବିଜୁଳି ଆଲୁଅ କଥା ନକହିଲେ ଭଲ । ବିଦ୍ୟୁତ ସଂଯୋଗ ନଥିବାରୁ ଡିବିରି ଆଲୁଅ ଏବଂ ସୋଲାର ଲାଇଟରେ ରାତି କଟାଉଛନ୍ତି ଲୋକେ । ସମସ୍ତ ସମସ୍ୟା ନେଇ ସ୍ଥାନୀୟ ପ୍ରତିନିଧି ଏବଂ ପଂଚାୟତ, ବ୍ଲକର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ନିର୍ବାଚନ ସମୟରେ ମାଳ ମାଳ ପ୍ରତିଶ୍ରୁତି ଦେଉଥିବାନେତାମାନଙ୍କ ନିର୍ବାଚନ ପରେ ଦେଖା ମିଳୁନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
government scheme failed in nabarangpur | Argus News