Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୪ ବର୍ଷ ସରକାରର ଅପାରଗତା ଯୋଗୁଁ ବାହାର ରାଜ୍ୟକୁ ଯାଇ ଦୁର୍ଦ୍ଦଶା ଭୋଗୁଛନ୍ତି ଓଡ଼ିଆ

Banajyotshna Ray
Browse all articles by Banajyotshna Ray
·2 years ago·2 min read
୨୪ ବର୍ଷ ସରକାରର ଅପାରଗତା ଯୋଗୁଁ ବାହାର ରାଜ୍ୟକୁ ଯାଇ ଦୁର୍ଦ୍ଦଶା ଭୋଗୁଛନ୍ତି ଓଡ଼ିଆ

ଅର୍ଗସ ବ୍ୟୁରୋ: ମାଆ ଆରପାରିକୁ ଚାଲିଗଲା, ବାପା ପାଖରେ ପିଲାଙ୍କୁ ସମ୍ଭାଳିବାକୁ ସମ୍ବଳ ନଥିଲା । ଝାଟି ମାଟି ଘରେ କେତେଦିନ ବର୍ଷା, ଖରା ଖାଇଥାଆନ୍ତେ । ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଗଲା ବେଳେ ପିଲା ଦୁହିଁଙ୍କୁ ଶିଶୁ ସୁରକ୍ଷା କେନ୍ଦ୍ରରେ ଛାଡ଼ି ଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ଠିକଣା ବଦଳି ଯାଇଛି । ପୁଅଟିକୁ ପୋଷ୍ୟସନ୍ତାନ ରୂପେ ଗ୍ରହଣ କରିଛନ୍ତି ବଙ୍ଗୀୟ ଦମ୍ପତି । ଆଉ ଝିଅଟି ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ । ପରିସ୍ଥିତି ଆଗରେ ହାର୍ ମାନିଛି ସ୍ନେହ-ମମତା । ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସରେ ଏ ଦୃଶ୍ୟ ହିଁ ବଖାଣୁଛି ଲୋକଙ୍କୁ ରୋଜଗାର ଦେବାରେ କେତେ ସଫଳ ୨୫ ବର୍ଷର ବିଜେଡି ସରକାର । ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ବ୍ଲକ ପାରିଖୀତ ପଞ୍ଚlୟତର ଚକ୍ରଭଟା ଗାଁର ମିଟୁ କଡ୍ରlକା ଏବେ ଦାଦନ ଖଟି ଯାଇଛନ୍ତି । ଆଉ ସମ୍ବଳ ଅଭାବରୁ ତାଙ୍କର ୨ ପିଲାଙ୍କ ମଧ୍ୟରୁ ଜଣେ ଏବେ ପୋଷ୍ୟ ପୁତ୍ର ହୋଇଯାଇଛି ।

ରାଜ୍ୟ ସରକାରଙ୍କ ବଡ଼ ଅବହେଳା। ଯାହାର ଶିକାର ହେଉଛନ୍ତି ମିଟୁ କଡ୍ରlକା । ମିଟୁ ତ ଭାତ ହାଣ୍ଡିରୁ ଗୋଟାଏ । ଏମିତି ଅନେକ ଦାଦନ ଯନ୍ତ୍ରଣା ଜିଲ୍ଲାରେ । ସରକାରଙ୍କ ମାଳ ମାଳ ଯୋଜନା କିନ୍ତୁ ଏସବୁର ଲାଭ ମିଳୁନାହିଁ ଏମାନଙ୍କୁ । କେବଳ ପ୍ରଚାରରେ ସୀମିତ ରାଜ୍ୟ ସରକାରଙ୍କ ଯୋଜନା । ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦାଦନ ସମସ୍ୟା । କାମଧନ୍ଦା ନପାଇ ଦଲାଲ ମାନଙ୍କ ପ୍ରଲୋଭନର ବଶବର୍ତ୍ତୀ ହୋଇ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି ସ୍ଥାନୀୟ ଲୋକେ । କିଏ ଶବ ହୋଇ ଫେରୁଛି ତ ଆଉ କିଏ କଂପାନି ମାଲିକର ନିର୍ଯାତନା ସହୁଛି ।

ଏମିତି ଦିନ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ଦାଦନ ଯନ୍ତ୍ରଣାର ମାଳ ମାଳ କାହାଣୀ। 24 ବର୍ଷର ସରକାରର ଅପାରଗତା ଯୋଗୁଁ ବାହାର ରାଜ୍ୟକୁ ଯାଇ ଦୁର୍ଦ୍ଦଶା ଭୋଗୁଛନ୍ତି ଓଡ଼ିଆ। ଏପଟେ ବିକାଶର ମିଛ ପ୍ରଚାର କରିବାରେ ବ୍ୟସ୍ତ ରାଜ୍ୟ ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
government scheme failed in odisha | Argus News