Videos
|
Odisha

ପରିଣତ ବୟସରେ ମିଳୁନି ଆବାସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପରିଣତ ବୟସରେ ମିଳୁନି ଆବାସ

ଅର୍ଗସ ବ୍ୟୁରୋ: ଖଣି ଖାଦାନରେ ଭରା କେନ୍ଦୁଝର ଜିଲ୍ଲା କଣ୍ଟିପାଳ ପଞ୍ଚାୟତର କଣ୍ଟିପାଳ ଗାଁରେ ସରକାରୀ ଯୋଜନା ବାଟବଣା। ଏ ହେଉଛନ୍ତି ଦିନବନ୍ଧୁ ଷଡ଼ଙ୍ଗୀ ଏବଂ ତାଙ୍କ ପତ୍ନି ଉମା ଷଡ଼ଙ୍ଗୀ । ଟିକିଏ ଭଲ କରି ଦେଖନ୍ତୁ ଏ ଘରକୁ । ଘର ନୁହେଁତ ଝାଟି ମାଟିର କୁଡିଆ।  ଭଙ୍ଗା ଚାଳ ଛପର ଘର ଉପରେ ଜରି ପାଲ ପକାଇ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଷଡ଼ଙ୍ଗୀ ଦମ୍ପତି। ଆବାସ ଯୋଜନାରେ ଘର  ଖଣ୍ଡିଏ ପାଇବା ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ସାରିଲେଣି । ତଥାପି ଘର ଖଣ୍ଡିଏ ମିଳି ନାହିଁ।

କଣ୍ଟିପାଳ ଗାଁର ଅନେକ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ।  ପ୍ରଥମେ ହୋଇଥିବା ସର୍ଭେ ତାଲିକାରେ ନାମ ଥିଲା । କିନ୍ତୁ ପରବର୍ତୀ ସମୟରେ ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଗଲା । ଜାଣିଶୁଣି ସେମାନଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଉଛି ବୋଲି ଭାଗବତ ବେହେରା ଅଭିଯୋଗ କରିଛନ୍ତି ।   ଅନ୍ୟ ପକ୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଦଳୀୟ ଭିତ୍ତିରେ ବିଜେଡି କର୍ମୀମାନଙ୍କୁ ଆବାସ ଦିଆଯାଇଛି। ତେଣୁ ଏହାର ସିବିଆଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି। ଗରିବଙ୍କୁ ବାସ ଯୋଗାଇ ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଆବାସ ଯୋଜନା। ମାତ୍ର ଯୋଜନାରୁ ବାଦ ପଡୁଛନ୍ତି ପ୍ରକୃତ ହିତାଧିକାରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
government scheme failed in old man | Argus News