Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଣ୍ଡାଅଧିବାସୀଙ୍କୁ ଧୋକା, ଦୁର୍ଗମ ବଖାଣୁଛି ବଣ୍ଡା ଘାଟିର ଦୁର୍ଦ୍ଦଶାର ଦୁଃଖ

Odisha

ବଣ୍ଡାଅଧିବାସୀଙ୍କୁ ଧୋକା, ଦୁର୍ଗମ ବଖାଣୁଛି ବଣ୍ଡା ଘାଟିର ଦୁର୍ଦ୍ଦଶାର ଦୁଃଖ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବଣ୍ଡାଅଧିବାସୀଙ୍କୁ ଧୋକା, ଦୁର୍ଗମ ବଖାଣୁଛି ବଣ୍ଡା ଘାଟିର ଦୁର୍ଦ୍ଦଶାର ଦୁଃଖ

ଅର୍ଗସ ବ୍ୟୁରୋ:  ବଣ୍ଡାଅଧିବାସୀଙ୍କୁ ଧୋକା। ଦୁର୍ଗମ ବଖାଣୁଛି ବଣ୍ଡା ଘାଟିର ଦୁର୍ଦ୍ଦଶାର ଦୁଃଖ । ସ୍ବାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁ କୁ ଫିଟିନି ରାସ୍ତା । ଫଳରେ ପହଞ୍ଚି ପାରୁନି ବିକାଶ  । ମାଲକାନଗିରି ଖଇରପୁଟ ବ୍ଲକର ବଣ୍ଡା ଘାଟି । ସମୁଦ୍ର ପତନ ଠାରୁ ପାଞ୍ଚ ହଜାର ଫୁଟ ଉଚ୍ଚତାରେ ଥିବା ବଣ୍ଡାଘାଟି ଓ ଆନ୍ଧ୍ର ସୀମାନ୍ତରେ ଲାଗି ରହିଛି ଖାଲଗୁଡା ଗାଁ। ଗାଁକୁ ଯିବାକୁ ହେଲେ ତିନୋଟି ପାହାଡ ଚଢ଼ି   ମଝିରେ ଛୋଟ ବଡ଼ ନାଳ ପାର କରି ଯିବାକୁ ପଡିଥାଏ । ଯେଉଁଠି ପାଦେ ପଦେ ବିପଦ ରହିଛି । ମାତ୍ର ବିକଳ୍ପ ନଥିବାରୁ ଜୀବନକୁ ବାଜି ଲଗେଇ ଏଇ ବାଟେ ଯିବା ଆସିବା କରନ୍ତି ଖାଲଗୁଡାବାସୀ।

ଖାଲଗୁଡାରେ ୮୦ ପରିବାର ବସବାସ କରନ୍ତି।ସମସ୍ତେ ଆଦିମ ଜନଜାତି ଡିଡାଇ ସମ୍ପ୍ରଦାୟର ଲୋକେ। ଗାଁରେ ୨୦୦୮ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା। ୨୦୧୪-୧୫ରେ  ସ୍କୁଲ ଗୃହ ନିର୍ମାଣ ପାଇଁ କାମ ଆରମ୍ଭ ହେଲା । କିନ୍ତୁ ଶେଷ ହେଲାନି ସ୍କୁଲ କାମ। ଏବେ ସ୍କୁଲ ଗୃହ ନଥିବାରୁ ଗଛତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଖୋଲାମେଲା ଆକାଶ ତଳେ ପିଲାମାନଙ୍କର ମଧ୍ୟାନ ଭୋଜନ ମଧ୍ୟ ରୋଷେଇ କରାଯାଉଛି। ଗାଁରେ ଅଙ୍ଗନୱାଡି ଗୃହ ନାହିଁ ଫଳରେ ପ୍ରାକ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି କୋମଳମତି ଶୁଶୁମାନେ।

ଦିନେ ଖାଲଗୁଡା ମାଓ ଇଲାକା ଭାବେ ପରିଗଣିତ ହେଉଥିଲା । ଏବେ ମାଓ ବାଦୀ ନାହାନ୍ତି ସତ କିନ୍ତୁ ଏଯାଏଁ ପହଞ୍ଚି ପାରିନି ବିକାଶ। ଗାଁର କୌଣସି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମିଳିନାହିଁ। ଝାଟି ମାଟି କୁଡ଼ିଆରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ , ରାସ୍ତାଘାଟ ଭଳି ଅନେକ ସମସ୍ୟା ଏହି ଅଞ୍ଚଳର ପ୍ରମୁଖ ସମସ୍ୟା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus Whatsapp Channel Mobile Top
Sponsored
government scheme failed in rural area | Argus News