Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୌଳିକ ସୁବିଧା ଯେଉଁଠି ସାତ ସପନ, ନାହିଁ ନାହିଁର ଗାଁ ଟିଙ୍ଗରପଡ଼ା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମୌଳିକ ସୁବିଧା ଯେଉଁଠି ସାତ ସପନ, ନାହିଁ ନାହିଁର ଗାଁ ଟିଙ୍ଗରପଡ଼ା

ଅର୍ଗସ ବ୍ୟୁରୋ: ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ଟିଙ୍ଗ ରାପଡା ଗାଁ । ସ୍ୱାଧୀନତା ର ୭୫ ବର୍ଷ ପରେ ବି ଆଜି ପର୍ଯ୍ୟନ୍ତ ଏଠାରେ ପହଞ୍ଚି ପାରିନାହିଁ ମୌଳିକ ସୁବିଧା । ରାସ୍ତା, ପାଣି , ଭଳି ସୁବିଧା ଆଜି ପର୍ଯ୍ୟନ୍ତ ଏହି ଗାଁ କୁ ପହଞ୍ଚି ପାରିନାହିଁ । ରାସ୍ତା, ପାଣି କଥା ଛାଡ଼ନ୍ତୁ ଆଜି ପର୍ଯ୍ୟନ୍ତ ବିଜୁଳି କଣ ଏଠାରେ କଣ ଲୋକ ଦେଖିନାହାନ୍ତି । ରାସ୍ତା ନଥିବା ଯୋଗୁଁ ଏହି ଗାଁ କୁ ଆମ୍ବୁଲାନ୍ସ ନଆସିବା ହେତୁ କେହି ଗୁରୁତର ହୋଇଗଲେ ଶେଷ ଭରସା ଖଟିଆ ହିଁ ପାଲଟିଛି। ସେହିଭଳି ପାଣି ନଥିବା ଯୋଗୁଁ ପରିତ୍ୟକ୍ତ କୂଅ ରୁ ହିଁ ନିଜ ତୃଷ୍ଣା ମେଣ୍ଟାଉଛନ୍ତି ।

ଲୋକ ଙ୍କ ପାଇଁ ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ରହିଛି ଅନେକ ଯୋଜନା । ହେଲେ କିଛି ଅସାଧୁ କର୍ମଚାରିଙ୍କ ପାଇଁ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରୁନାହିଁ ଏହି ଯୋଜନା ଗୁଡ଼ିକ । ହେଲେ ଏହି ଗାଁ ସମସ୍ୟା ନେଇ ଆମେ ବାଲିଶଙ୍କରା ଗୋଷ୍ଠୀ ଉନ୍ନୟନ୍ ଅଧିକାରୀ ଙ୍କୁ ଭେଟିଥିବା ବେଳେ ସେ କହିଛନ୍ତି ଏହି ଗାଁ ର ମୁଖ୍ୟ ମୌଳିକ ଅଧିକାର ଗୁଡ଼ିକ ଜାଣିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଗାଁକୁ ପଠାଇ ସେଠାରେ ତଦନ୍ତ କରିବା ସହ କିଭଳି ସେହି ଗାଁକୁ ସମସ୍ତ ସୁବିଧା ପହଞ୍ଚି ପାରିବ ସେ ନେଇ ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government scheme failed in Tingarpada | Argus News