Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୌଳିକ ସୁବିଧାରୁ ବଞ୍ଚିତ ମହାଲିମ୍ବ ଗ୍ରାମବାସୀ

Odisha

ମୌଳିକ ସୁବିଧାରୁ ବଞ୍ଚିତ ମହାଲିମ୍ବ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମୌଳିକ ସୁବିଧାରୁ ବଞ୍ଚିତ ମହାଲିମ୍ବ ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ନାହିଁ ନାହିଁର ଗାଁ ମହାଲିମ୍ବ । ଗାଁକୁ ଅପହଞ୍ଚ ସମସ୍ତ ସରକାରୀ ସୁବିଧା। ନାଁ ଅଛି ରାସ୍ତା, ନା ପହଞ୍ଚି ପାରୁଛି ସହାୟତା। ଜଙ୍ଗଲ ପାହାଡ ଭରା ଅଙ୍କାବଙ୍କା ରାସ୍ତା ଦେଇ ପହଞ୍ଚି ପାରୁନି ବିକାଶ। ଏ ହେଉଛି ଗଞ୍ଜାମ ବୁରାତାଲ ପଞ୍ଚାୟତର ମହାଲିମ୍ବ ଗାଁ। ଗାଁ ତ ନୁହେଁ ଯେମିତି ସମସ୍ୟାର ଗନ୍ତାଘର। ଆଉ ଏଇ ସମସ୍ୟା ଭିତରେ ନିଇତି ସଂଗ୍ରାମ କରୁଛନ୍ତି ମହାଲିମ୍ବବାସୀ।

ମହାଲିମ୍ବରେ ଅପହଞ୍ଚ ବସୁଧା ଯୋଜନା।  ଚୁଆ ପାଣିରେ ମେଣ୍ଟୁଛି ଶୋଷ। ଗାଁରେ ୪୦ ପରିବାର ଥିବା ବେଳେ ରହିଛି ଗୋଟିଏ କୂଅ। ସେହି କୂଅବି ଖରା ଆରମ୍ଭରୁ ସୁଖି ଗଲାଣି। ଫଳରେ ପାଣି ପାଇଁ ହଇରାଣ ହେଉଛନ୍ତି ସ୍ଥାନୀୟ ଲୋକେ। ଏମିତିରେ ଚୂଆ ପାଣି ପାଲଟିଛି ଏକମାତ୍ର ସାହା ଭରସା। ଖାଲି ରାସ୍ତା ପାଣି ନୁହେଁ ମହାଲିମ୍ବରେ ଏବେବି ବିଦ୍ୟୁତ ଯୋଗାଣ ଠିକ ଭାବେ ହୋଇ ପାରିନି । ସେଭଳି ଶିକ୍ଷା ସ୍ୱାସ୍ଥ୍ୟ ସ ବୁ କ୍ଷେତ୍ରରେ ଅବହେଳିତ ମହାଲିମ୍ବ। ଦେଖିବାକୁ ବାକି ରହିଲା ସରକାଙ୍କ ମାଳମାଳ ଯୋଜନା କେବେ ଦୁର୍ଗମର ଏହି ଗାଁରେ ପହଞ୍ଚିବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
government scheme in berhampur | Argus News